Report Card Odisha

| Daily Odia News

ବିହାରରେ ବୋମା ବିସ୍ଫୋରଣ, ୫ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାର ସାରାମ୍‌ ନଗରୀରେ ବୋମା ବିସ୍ଫୋରଣ ଘଟି ୫ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାକୁ ନିଆଯିବା ସହିତ ଘଟଣାସ୍ଥଳକୁ ଫୋରେନ୍‌ସିକ୍‌ ଟିମ୍‌ ଯାଞ୍ଚ କରୁଥିବା ଜଣାପଡିଛି | ସାସାରାମ୍‌ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଧର୍ମେନ୍ଦ୍ର କୁମାର କହିଛନ୍ତି, ସାସାରାମ୍‌ରେ ବୋମା ବିସ୍ଫୋରଣ ଘଟିଛି। ଆହତ ବ୍ୟକ୍ତିମାନଙ୍କୁ ‘ବିଏଚ୍‌ୟୁ ହସ୍ପିଟାଲ୍‌’କୁ ରେଫର୍‌ କରାଯାଇଛି। ସମ୍ପ୍ରତି ଆମେ ଏହି ଘଟଣାକୁ ସବୁ ଦିଗରୁ ତଦନ୍ତ କରୁଛୁ। ଖୁବ୍‌ ଶୀଘ୍ର ବୋମା ବିସ୍ଫୋରଣ କାରଣ ଜଣାପଡ଼ିଯିବ। ବିହାର ପୋଲିସ କହିବା ଅନୁସାରେ, ରୋହ୍‌ତାସ୍‌ର ସାସାରାମ୍‌ରେ ବୋମା ବିସ୍ଫୋରଣ ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ତୁରନ୍ତ ସେଠାକୁ ଫୋରେନ୍‌ସିକ୍‌ ଟିମ୍‌କୁ ପଠାଯାଇଥିଲା। ଗୋଟାଏ କୁଡ଼ିଆ ଘରେ ଉକ୍ତ ବୋମା ବିସ୍ଫୋରଣ ଘଟିଛି ଓ ସେ ଅଞ୍ଚଳରୁ ଗୋଟାଏ ସ୍କୁଟି ଉଦ୍ଧାର କରାଯାଇଛି। ଏହା ସାମ୍ପ୍ରଦାୟିକ ଘଟଣା ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରାଜ୍ୟର ଦୁଇ ପୃଥକ୍‌ ଅଞ୍ଚଳରେ ଶନିବାର ଦିନ ପୁଣି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାରୁ ଦୁଇ ଗୋଷ୍ଠୀଙ୍କ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ୩ଜଣ ବ୍ୟକ୍ତି ଗୁଳିଚୋଟରେ ଆହତ ହୋଇଥିବା କଥା ସ୍ଥାନୀୟ ଲୋକେ କହୁଛନ୍ତି। ପୋଲିସ ଟିମ୍‌, ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଏବଂ ପାରାମିଲିଟାରି ଫୋର୍ସ ଶନିବାର ଦିନ ସାସାରାମ୍‌ରେ ‘ଫ୍ଲାଗ୍‌ ମାର୍ଚ’ କରିଛନ୍ତି।

 

Breaking News