ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାଇନା ସରକାର ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଇ ଦେଇଛନ୍ତି। ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ ଭାବେ ବିବେଚନା କରୁଥିବା ଚାଇନା ଏହି ଅଞ୍ଚଳଗୁଡ଼ିକୁ ଦକ୍ଷିଣ ତିବ୍ଦତର ଅଂଶବିଶେଷ ଭାବେ ଗଣନା କରିଛି। ଚାଇନାର ସାମାଜିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଜାରି ରିଲିଜ୍ରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଯିବା ସମ୍ପର୍କରେ ତଥ୍ୟ ରହିଛି। ଚାଇନା କ୍ୟାବିନେଟ ଭୌଗଳିକ ନାଁ ଗୁଡ଼ିକ ଉପରେ ମୋହର ମାରିଥିବା ଏଥିରେ କୁହାଯାଇଛି। ଚାଇନିଜ, ତିବ୍ଦତୀୟ ଓ ପିନୟିନ ଅନୁସାରେ ନାଁ ଗୁଡ଼ିକର ପରିବର୍ତ୍ତନ କରାଯାଇଛି। ତାଲିକା ଅନୁସାରେ ଅରୁଣାଚଳ ପ୍ରଦେଶର ୨ଟି ସ୍ଥାନ, ଦୁଇଟି ଆବାସିକ ଅଞ୍ଚଳ, ୫ଟି ପାହାଡ଼ ଓ ୨ଟି ନଦୀର ନାୱ ବଦଳା ଯାଇଛି। ଏହା ସହ ଜଡ଼ିତ ପ୍ରଶାସନିକ ଜିଲ୍ଲାର ନାଁକୁ ମଧ୍ୟ ଚାଇନା ବଦଳାଇ ଦେଇଛି। ଉଲ୍ଲେଖ ଯୋଗ୍ୟ-ଚାଇନା ସରକାର ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାଁ ବଦଳାଇଛନ୍ତି। ୨୦୧୭ରେ ଚାଇନା ୬ଟି ଓ ୨୦୨୧ରେ ୧୫ଟି ସ୍ଥାନର ନାଁ ବଦଳାଇଥିଲା। ଭାରତ ସରକାରଙ୍କ ଏପରି ମନଇଚ୍ଛା କାମକୁ ନିନ୍ଦା କରିଛନ୍ତି।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..