ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ସମର୍ଥ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ପୋଲିସ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ଏହି ସମୟରେ କାର୍ଯ୍ୟରତ ପୋଲିସ କର୍ମୀ ଘଟଣା ସଂପର୍କରେ ଜାଣିପାରିଥିଲେ। ସୂଚନା ଅନୁଯାୟୀ, ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲର ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଥିବାରୁ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବାର ଥିଲା। ସକାଳୁ ଅମିତ ଶୌଚ ହେବାକୁ ଟୟଲେଟକୁ ଯାଇ ସେଠାରେ ଲାଗିଥିବା ଦର୍ପଣ ଭାଙ୍ଗି ଦେଇଥିଲା। ଦର୍ପଣ କାଚରେ ଅମିତ ନିଜର ହାତର ଶିରା ଓ ଗଳା କାଟିବାକୁ ଉଦ୍ୟମ କରିଥିଲା। ତୁରନ୍ତ ଅମିତ ଶର୍ମାକୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ମାମଲାଟି କ୍ରାଇମବ୍ରାଞ୍ଚ ନିରୀକ୍ଷଣରେ ଥିବା ବେଳେ ଫାଷ୍ଟଟ୍ରାକ କୋର୍ଟରେ ଏହାର ବିଚାର ପାଇଁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତ ମାସ ୨୭ ତାରିଖରେ ଝାରସୁଗୁଡ଼ା ସରବାହାଲ କ୍ରିଷ୍ଣା ଏନ୍କ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥଙ୍କୁ ଅପହରଣ କରାଯାଇଥିଲା। ପରେ ସମର୍ଥଙ୍କ ମୋବାଇଲରୁ ଫୋନ୍ କରି ତାଙ୍କ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମୁଣ୍ଡଜାମିନ୍ ମାଗିଥିଲା। ପରଦିନ ସକାଳୁ ସମର୍ଥଙ୍କ ଦରପୋଡ଼ା ଶବ ବରଗଡ଼ ଜିଲ୍ଲା ଭେଡେନ୍ ଥାନା ଉଦେପୁର- ବଇପୁର ନିକଟରୁ ଉଦ୍ଧାର ହୋଇଥିଲା।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..