Report Card Odisha

| Daily Odia News

ଡୋନାଲ୍ଡ ଟ୍ରମ୍ପଙ୍କୁ ଜାମିନ,ମୁଁ ନିର୍ଦ୍ଦୋଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍। ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା। ଟ୍ରମ୍ପ ନ୍ୟୁୟର୍କର ମ୍ୟାନହାଟ୍ଟନ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ ଗତକାଲି ଯାଉଥିବା ବେଳେ ସେଠାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଟ୍ରମ୍ପଙ୍କ ବିରୋଧରେ ଥିବା ୩୪ଟି ଅଭିଯୋଗକୁ ବିଚାରପତି ପଢ଼ି ଶୁଣାଇଥିବା ବେଳେ ସମସ୍ତ ଅଭିଯୋଗକୁ ଟ୍ରମ୍ପ ଖଣ୍ଡନ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗିରଫର ଘଣ୍ଟାଏ ମଧ୍ୟରେ ମ୍ୟାନହ୍ୟାଟ୍ଟନ୍ କୋର୍ଟ ଟ୍ରମ୍ପଙ୍କୁ ଜାମିନ୍‌ ଦେଲେ । ଏଥିସହ ୧.୨୨ ଲକ୍ଷ ଡଲାରର ଜରିମାନା ପାଇଁ ମଧ୍ୟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜାମିନ୍ ପରେ ଟ୍ରମ୍ପ ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ବାଇଡେନ୍ ସରକାରଙ୍କୁ ସମାଲୋଚନା କରିଛନ୍ତି । ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୧୬ ମସିହାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ୧,୩୦, ୦୦୦ ଡଲାର ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଟ୍ରମ୍ପଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ପରେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଇଥିଲେ।

Breaking News