ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ଅଳଙ୍କରଣ ସମାରୋହରେ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶାର ୩ ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ସାହିତ୍ୟ ଓ ଶିକ୍ଷା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ସେହିପରି କଳା କ୍ଷେତ୍ରକୁ ଅବଦାନ ପାଇଁ ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଗାୟିକା ଡକ୍ଟର କ୍ରିଷ୍ଣା ପଟେଲ ଓ କୃଷି (ଔଷଧିୟ ବୃକ୍ଷ ଚାଷ) କ୍ଷେତ୍ରକୁ ଅବଦାନ ପାଇଁ ପଟ୍ଟାୟତ କୁମାର ସାହୁଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।






More Stories
ଚିନି ରପ୍ତାନି ବନ୍ଦ କଲା ଭାରତ…..
କେରଳର ନୂଆ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ….
ଆଜି ଜିନ୍ପିଙ୍ଗଙ୍କ ସହ ଶିଖର ସମ୍ମିଳନୀ…..