ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ରେପୋ ରେଟ୍ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛି ଆରବିଆଇ। ମନିଟାରି ପଲିସି କମିଟି (ଏମ୍ପିସି) ଏହି ନିଷ୍ପତ୍ତି ଗ୍ରହଣ କରିଛି।ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଆଜି ଏହି ସୂଚନା ଦେଇଛନ୍ତି। ଗତବର୍ଷ ମେ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୨୫୦ ବେସିସ୍ ପଏଣ୍ଟ୍ ବୃଦ୍ଧି କରିଥିଲା। ବୈଶ୍ୱିକ ଅର୍ଥନୀତି ଏବେ ଅସ୍ଥିରତାର ନୂତନ ପର୍ଯ୍ୟାୟର ସମ୍ମୁଖୀନ ହେଉଥିବାରୁ ରିଜର୍ଭ ବ୍ୟାଙ୍କ୍ ମନିଟାରି ପଲିସି ଆକମଡେସନ୍ର ପ୍ରତ୍ୟାହାର ଉପରେ ଧ୍ୟାନ ନିବେଶ କରିଛି ବୋଲି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୨୨ ମେ’ରେ ଗ୍ରହଣ କରାଯାଇଥିବା ନୀତି ନିଷ୍ପତ୍ତି ସବୁ ଏବେ ବି ଅର୍ଥନୈତିକ ବ୍ୟବସ୍ଥାରେ କାମ କରୁଛି। ସୁଧର ଦର କମ୍ ଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ବିଶେଷ ସକ୍ରିୟ ଅଛି। ଆର୍ଥିକ ବର୍ଷ ୨୩ରେ ୭% ଅଭିବୃଦ୍ଧି ହାର ଆଶା ରଖି ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ସୁଦୃଢ଼ ରହିଥିବା କଥା ମଧ୍ୟ ଗଭର୍ଣ୍ଣର୍ ଦାସ କହିଛନ୍ତି।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..