ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଗାଡି ନମ୍ବର ଲୁଚାଉଥିଲେ ଫାଇନ କାଟିବ ଟ୍ରାଫିକ ପୋଲିସ । ଟ୍ରାଫିକ ପୋଲିସ ପକ୍ଷରୁ ଆରମ୍ଭ ହେଲା ସ୍ୱତନ୍ତ୍ର ଡ୍ରାଇଭ । ଏହି ଡ୍ରାଇଭ୍ରେ ଯେଉଁମାନେ ଗାଡିର ନମ୍ବର ପ୍ଲେଟ ଘୋଡାଉଛନ୍ତି ସେମାନଙ୍କୁ ଧରିବ ପୋଲିସ । ତେବେ ଯଦି ଧରା ପଡନ୍ତି ତେବେ ୫ଶହ ଟଙ୍କା ପର୍ଯ୍ୟନ୍ତ ଫାଇନ୍ କଟିବାର ବ୍ୟବସ୍ଥା ହୋଇଛି । ଅଧିକାଂଶ ଯୁବପିଢ଼ି ଗାଡି ନମ୍ବରକୁ ଘୋଡାଉଥିବା ଦେଖାଯାଉଛି । ଏହାସହ ନମ୍ବର ପ୍ଲେଟକୁ ଭାଙ୍ଗିବା, ନମ୍ବର ପ୍ଲେଟର କିଛି ନମ୍ବର ଲିଭାଇଦେବା ଭଳି କାର୍ଯ୍ୟ କରୁଛନ୍ତି ଯୁବ ପିଢି । ଜୋରିମାନାରୁ ବଞ୍ଚିବା ସହିତ ଅପରାଧ ଭିଆଉଛନ୍ତି କିଛି ବାଇକ ଆରୋହୀ । ଯାହାକୁ ନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଡ୍ରାଇଭ । ଆହୁରି ଅଧିକ ଶବ୍ଦ କରୁଥିବା ସାଇଲେନ୍ସର ଉପରେ ନଜର ରଖିଛି ଭୁବନେଶ୍ୱର ଟ୍ରାଫିକ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..