ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ବାବାଜୀ ମହାରାଜ ମନ୍ଦିର ଉପରେ ଏକ ଗଛ ପଡ଼ିଯିବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣ ଗୁରୁତର ଅଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ବାବାଜୀ ମହାରାଜ ମନ୍ଦିରରେ ପ୍ରସାଦ ବଣ୍ଟନ ହେଉଥିଲା। ଏଥିନିମନ୍ତେ ବହୁ ଲୋକଙ୍କ ଭିଡ଼ ହୋଇଥିଲା। ପ୍ରାୟ ୪୦ ପାଖାପାଖି ଶ୍ରଦ୍ଧାଳୁ ଏକାଠି ପ୍ରସାଦ ସେବନ କରୁଥିବା ବେଳେ ତାହା ଉପରେ ସେଡ୍ ପଡ଼ିଥିଲା। ଉକ୍ତ ସମୟରେ ହଠାତ୍ ଜୋରରେ ପବନ ବର୍ଷା ହେବାରୁ ପାଖରେ ଥିବା ଏକ ନିମ୍ବ ଗଛ ଭାଙ୍ଗି ଉକ୍ତ ସେଡ ଉପରେ ପଡ଼ିଥିଲା। ଫଳରେ ତଳେ ଥିବା ଲୋକେ ତା’ ତଳେ ଚାପି ହୋଇ ଯାଇଥିଲେ। ରକ୍ଷା କରିବାକୁ ସେମାନେ ଆର୍ତ୍ତ ଚିତ୍କାର କରୁଥିବା ବେଳେ ତତ୍କ୍ଷଣାତ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ସଙ୍ଗେ ସଙ୍ଗେ ଗ୍ୟାସ କଟର ସାହାଯ୍ୟରେ ଗଛ ଓ ସେଡ୍କୁ କାଟି ତା’ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଅକୋଲା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।






More Stories
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..