Report Card Odisha

| Daily Odia News

ଦୁଇ ଦିନ ଭିତରେ ନକଲି ଶିକ୍ଷକଙ୍କ ରିପୋର୍ଟ ଦିଅ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସରକାରୀ ସ୍କୁଲମାନଙ୍କରେ ନକଲି ସାର୍ଟିଫିକେଟ ଦେଇ କେତେ ଶିକ୍ଷକ ଚାକିରି କରିଛନ୍ତି ରିପୋର୍ଟ ମାଗିଲେ ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର । ଆସନ୍ତା ଦୁଇଦିନ ମଧ୍ୟରେସେ ସମ୍ପର୍କରେ ରିପୋର୍ଟ ଦେବେ ବିିଇଓ ଓ ଡିଇଓ। ଖାଲି ଏତିକି ନୁହେଁ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେସଂପର୍କରେ ରିପୋର୍ଟ ମଗାଯାଇଥିବା କହିଛନ୍ତି ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ | ଜାତି, ଜନ୍ମ ଓ ଶିକ୍ଷାଗତ ସାର୍ଟିଫିକେଟ୍ ଜାଲିଆତି କରିଥିବା ୩୦୦ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। ଏହା ଭିତରେ ସମସ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ FIR ହୋଇଛି। ନକଲି ଶିକ୍ଷକଙ୍କୁ ଧରିବାକୁ କଣ ଉପାୟ ଅବଲମ୍ବନ କରିବେ ସେନେଇ ସରକାର ବିିଇଓ ଓ ଡିଇଓ ଙ୍କୁ ଏସଓପି ଜାରି କରିଛନ୍ତି। କିଛି ନକଲି ଶିକ୍ଷକ ଚାକିରିରୁ ବହିଷ୍କାର ହୋଇଥିବା ବେଳେ କିଛି ଗିରଫ ବି ହୋଇଛନ୍ତି। ଆଉ କିଛିଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ପରେ ପୁଣି ଚାକିରିରେ ଅବସ୍ଥାପିତ ହୋଇଛନ୍ତି।

Breaking News