Report Card Odisha

| Daily Odia News

ଆରଏସଏସ୍‌କୁ ଶୋଭାଯାତ୍ରା ପାଇଁ ମିଳିଲା ଅନୁମତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡୁରେ ଶୋଭାଯାତ୍ରା କରିବାକୁ ଆରଏସଏସ୍‌କୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଆରଏସଏସ୍‌ ପକ୍ଷରୁ ତାମିଲନାଡୁରେ ବିଶାଳ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କ୍ଷମତାସୀନ ଡିଏମକେ ସରକାର ଏହାକୁ ବିରୋଧ କରିଥିଲେ। ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଆରଏସଏସ୍‌କୁ ରାଲି ପାଇଁ ଅନୁମତି ମିଳିଛି। ସର୍ବୋଚ୍ଚ ଅଦାଲତ ଡିଏମକେ ସରକାରଙ୍କ ଆବେଦନ ଖାରଜ କରି ଦେଇଛନ୍ତି। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ମଧ୍ୟ ଆରଏସଏସକୁ ରାଲି ପାଇଁ ଅନୁମତି ଦେଇଥିଲେ। ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେଁ କୌଣସି ସୁଫଳ ପାଇ ନାହାନ୍ତି। ଆରଏସ୍‌ଏସ୍‌ ପକ୍ଷରୁ ଅକ୍ଟବୋର ମାସରେ ତାଲିମନାଡୁ ସରକାରଙ୍କୁ ଶୋଭାଯାତ୍ରା ପାଇଁ ଅନୁମତି ମଗାଯାଇଥିଲା। ସ୍ୱାଧୀନତାର ଅମୃତ ମହତ୍ସୋବ ଓ ଗାନ୍ଧି ଜୟନ୍ତୀରେ ରାଲି କରିବାକୁ ଆରଏସଏସ ଚାହୁଁଥିବା ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିଲା। ତେବେ ଏଥିପାଇଁ ତାମିଲନାଡୁ ସରକାର ଅନୁମତି ଦେଇ ନଥିଲେ।

Breaking News