Report Card Odisha

| Daily Odia News

୨୦୨୪ରେ ବିଜେପି ୩୦୦ରୁ ଅଧିକ ଲୋକସଭା ଆସନରେ ଜିତିବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ସମଗ୍ର ଦେଶରେ ୩୦୦ରୁ ଅଧିକ ଲୋକସଭା ଆସନରେ ଜିତିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ଦଳ କ୍ଷମତାକୁ ଫେରିବ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସାମର ଦିିବ୍ରୁଗଡ଼ ଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି | ଉତ୍ତର-ପୂର୍ବ ରାଜ୍ୟର ୧୪ଟି ଲୋକସଭା ଆସନ ମଧ୍ୟରୁ ଦଳ ୧୨ଟିରେ ବିଜୟୀ ହେବ। ୨୦୨୪ ଲୋକସଭା ନିର୍ବାଚନରେ ଦଳ ୩୦୦ରୁ ଅଧିକ ଆସନ ଜିତିବ ଏବଂ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ। ଆଜିର ରାଲିରେ ବରିଷ୍ଠ ବିଜେପି ନେତା ଅମିତ ଶାହା କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି, ଏକଦା ଉତ୍ତର-ପୂର୍ବକୁ କଂଗ୍ରେସର ଦୁର୍ଗ ଭାବେ ବିବେଚନା କରାଯାଉଥିଲା| କିନ୍ତୁ ରାହୁଲ ଗାନ୍ଧୀଙ୍କ ଯାତ୍ରା ସତ୍ତ୍ୱେ ଏହି ଅଞ୍ଚଳର ତିନିଟି ରାଜ୍ୟରେ ନିକଟରେ ହୋଇ ଯାଇଥିବା ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ପ୍ରମୁଖ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା। ତ୍ରିପୁରାରେ ବିଜେପି ସରକାର ଗଠନ କରିଥିବା ବେଳେ ଅନ୍ୟ ଦୁଇ ରାଜ୍ୟରେ ମେଣ୍ଟ ସହଯୋଗୀ ଭାବେ କ୍ଷମତାକୁ ଆସିଥିଲା।

 

Breaking News