ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ଦେଶରେ ବୃଦ୍ଧି ପାଉଥିବା ଗ୍ୟାସ ଦରକୁ କମ୍ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ବର୍ତ୍ତମାନ ଦେଶବ୍ୟାପୀ ନୂଆ ଗ୍ୟାସ ନିର୍ଦ୍ଧାରଣର ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି ସରକାରୀ ତେଲ କମ୍ପାନୀ । ଏହାସହିତ ଗ୍ୟାସ ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିବ । ଦେଶରେ ନୂଆ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାରୁ ଓଏନଜିସି ଏବଂ ଅଏଲ ଇଣ୍ଡିଆ ଲିମିଟେଡ ଭଳି ଗ୍ୟାସ କମ୍ପାନୀର ଆୟ ମଧ୍ୟ କମ୍ ହେବ । ଏ ନେଇ ଶୁକ୍ରବାର ଦିନ ଏସଏଣ୍ଡପି ରେଟିଙ୍ଗ ଦ୍ୱାରା ସୂଚନା ପ୍ରକାଶ ପାଇଛି । ନୂତନ ନିୟମ କଠିନ କ୍ଷେତ୍ରରୁ ଉତ୍ପାଦିତ ଗ୍ୟାସର ମୂଲ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପରି କମ୍ପାନୀଗୁଡିକ ଏହି କ୍ଷେତ୍ରରେ କାର୍ଯ୍ୟ କରନ୍ତି । ଗତ ଏପ୍ରିଲ ୬ ତାରିଖରେ ନୂଆ ନିର୍ଦ୍ଦେଶ ଘୋଷଣା କରିଥିଲେ । ଏହାଦ୍ୱାରା ସରକାର ଘରୋଇ ସ୍ତରରେ ଉତ୍ପାଦିତ ଗ୍ୟାସର ମୂଲ୍ୟ ମାସିକ ଅଧାରରେ ନିର୍ଦ୍ଧାରଣ କରିବେ । ଏହି ମୂଲ୍ୟ ଗତ ମାସର ଭାରତୀୟ କ୍ରୁଡ ବାସ୍କେଟ ମୂଲ୍ୟର ୧୦ ପ୍ରତିଶତ ରହିବ । ସରକାର ମଧ୍ୟ ୪ ଆମେରିକୀୟ ଡଲାର ପ୍ରତି ୧୦ ଲକ୍ଷ ବ୍ରିଟିଶ ଥର୍ମାଲ ୟୁନିଟର ନିମ୍ନସ୍ତର ଏବଂ ୬.୫ ଡଲାର ପ୍ରତି ୟୁନିଟର ସର୍ବୋଚ୍ଚ ସ୍ତର ଦାର୍ଯ୍ୟ କରିଛନ୍ତି । ଏସଆଣ୍ଡପି ଗ୍ଲୋବାଲ ରେଟିଂର କ୍ରେଡିଟ ଆନାଲିଷ୍ଟ ଶ୍ରୁତି ଜାଟାକିଆ କହିଛନ୍ତି ଯେ, ନୂତନ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ନିୟମ ଅଧିକ ଦ୍ରୁତ ମୂଲ୍ୟରେ ସଂଶୋଧନ କରିବ ବୋଲି ଆଶା କରାଯାଉଛି । ଏହାପୂର୍ବରୁ ୬ ମାସରେ ଥରେ ଏହି ମୂଲ୍ୟର ସମୀକ୍ଷା କରା ଯାଉଥିଲା ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..