Report Card Odisha

| Daily Odia News

ସିବିଆଇ- ଇଡି ଉପରେ ବର୍ଷିଲେ କେଜ୍ରିୱାଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ କରିଛି । ରବିବାର ଦିନ ୧୧ଟା ବେଳେ ହାଜର ହେବାକୁ କୁହାଯାଇଛି। ଏହି ମାମଲାର ଜଣେ ସାକ୍ଷୀ ଭାବେ କେଜ୍ରିୱାଲଙ୍କୁ ପଚରାଉଚରା କରିବା ସିବିଆଇ | ଆଉ ଏହି ସମନ ପାଇବା ପରେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରେ ପ୍ରବଳ ବର୍ଷିଛନ୍ତି କେଜ୍ରିୱାଲ। କହିଛନ୍ତି ଯେ କୌଣସି ମଦ ନୀତି ଦୁର୍ନୀତି ହୋଇନାହିଁ। ତଦନ୍ତକାରୀ ସଂସ୍ଥାଗୁଡ଼ିକ କୋର୍ଟରେ ମିଛ କହିଛନ୍ତି। ଏହି ମାମଲାରେ ମନୀଷ ସିସୋଦିଆଙ୍କୁ ଫସାଇବା ପାଇଁ ସିବିଆଇ ଓ ଇଡି କୋର୍ଟଙ୍କୁ ବାଟବଣା କରିଛନ୍ତି ଏବଂ ମିଛ ପ୍ରମାଣ ଦେଇଛନ୍ତି। ପ୍ରକୃତ ମାମଲା ସିବିଆଇ ଓ ଇଡି ବିରୋଧରେ ହେବ। କାରଣ ସେମାନେ କୋର୍ଟରେ ମିଥ୍ୟା ସତ୍ୟପାଠ ଓ ପ୍ରମାଣ ଦାଖଲ କରିଛନ୍ତି। କେକ୍ରିୱାଲ କହିଛନ୍ତି, ଏହି ଦୁଇ ତଦନ୍ତକାରୀ ସଂସ୍ଥା ପ୍ରତିଦିନ କାହାକୁ ନା କାହାକୁ ଉଠାଉ ନେଉଛନ୍ତି ଓ ସେମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଏହି ମାମଲାରେ ଦିଲ୍ଲୀର ମନ୍ତ୍ରୀମାନଙ୍କ ନାଁ ନେବାକୁ ବାଧ୍ୟ କରୁଛନ୍ତି। ଇଡି ଲୋକଙ୍କୁ ଉଠାଇ ନେଇ ପିଟୁଛି। ମନ୍ତ୍ରୀମାନଙ୍କ ନାଁ ନେବା ପାଇଁ ଅରୁଣ ପିଲାଇ ଓ ସମୀର ମହେନ୍ଦୁଙ୍କୁ ନିର୍ଯାତନା ଦିଆଯାଇଛି। ଏହା କ’ଣ ସେମାନଙ୍କ ତଦନ୍ତ ପ୍ରକ୍ରିୟା | ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି ଯେ କ’ଣ ସବୁ ଚାଲିଛି| ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ୧୦୦ କୋଟି ଟଙ୍କାର କିକ୍‌ବ୍ୟାକ୍ ହୋଇଥିବା ନେଇ ଇଡି ଦେଇଥିବା ମନ୍ତବ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ ସେହି ୧୦୦ କୋଟି ଟଙ୍କା ଗଲା କୁଆଡ଼େ। ସବୁ ସ୍ଥାନରେ ଚଢ଼ାଉ କରାଗଲା। ମନୀଷ ସିସୋଦିଆଙ୍କ ବେଡ୍‌ରେ ପଡ଼ିଥିବା ଗଦି ଫାଡ଼ି ଦିଆଗଲା। କିନ୍ତୁ ଖଣ୍ଡିଏ ବି ସୁନା ମିଳିଲା ନାହିଁ। ଏହି ୧୦୦ କୋଟି ଟଙ୍କାକୁ ଆପ୍ ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଥିବା ନେଇ ଇଡି କହିଥିବା ବେଳେ କେଜ୍ରିୱାଲ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେମାନେ ପ୍ରତ୍ୟେକ ଭେଣ୍ଡର ଘରେ ଚଢ଼ାଉ କରିଥିଲେ। ସେମାନଙ୍କ ବୟାନ ବି ରେକର୍ଡ କରିଥିଲେ। କିନ୍ତୁ କିଛି ପାଇ ନଥିଲେ।

Breaking News