ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହା ବିଷୁବ ସଂକ୍ରାନ୍ତି ଅବସର ରେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚୁଟ ଅଫ ଡିଜିଟାଲ ମିଡିଆ ଟେକନୋଲୋଜି ର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଦିବସ ପାଳନ ହୋଇ ଯାଇଛି| ଏହି ଉତ୍ସବ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ର ବର୍ଣିତ ୧୦୮ ନାମ କୁ ନେଇ ଏକ ଦୃଶ୍ୟଶ୍ରାବ ଅନାବରଣ କରାଯାଇଛି | ଓଡ଼ିଶା ର ବିଶିଷ୍ଠ ବ୍ୟକ୍ତି ବିଶେଷ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଭାସ୍କର ମିଶ୍ର, କୃଷି ବିଦ୍ୟାଳୟ ର କୁଳପତି ଶ୍ରୀ ପ୍ରଫୁଲ୍ଲ ମିଶ୍ର ପୂର୍ବତନ କୁଳପତି ଡ ହରିହର ହୋତା, ମଧୁସୂଦନ ମିଶ୍ର ଛତ୍ତିଶା ନିଯୋଗ ମହାନାୟକ ଶ୍ରୀ ଜନାର୍ଦନ ପାଟଯୋଷୀ ମହାପାତ୍ର ବରିଷ୍ଠ ସେବାୟତ ଶ୍ରୀ ମଧୁସୂଦନ ସିଂହାରୀ ପାଇକ ନିଯୋଗ ର ସମ୍ପାଦକ ଶ୍ରୀ ନୀଳମଣି ଗୁରୁ ମହନ୍ତ ଶ୍ରୀ ବଲରାମ ଦାସ ଗୋସ୍ଵାମୀ ଗବେଷକ ଡ ବିକାଶ କୁମାର ପ୍ରସାଦ ଶ୍ରୀ ଜଗନ୍ନାଥ ସେନା ର ସେନାପତି ଶ୍ରୀ ପ୍ରିୟଦର୍ଶୀ ପଟନାୟକ, ଗବେଷକ ଶ୍ରୀ ଗୁରୁ ଚରଣ ଦାସ, ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ରାଉତ, ଗବେଷିକା ଓ ଲେଖିକା ଶୃତ କିର୍ତ୍ତୀ ତ୍ରିପାଠୀ ଓ ମନ୍ଦିର ର ସେବାୟତ ମାନେ ଯୋଗ ଦେଇଥିଲେ,ଏହି ସଭା କୁ ପ୍ରଦୀପ ତ୍ରିପାଠୀ ପରିଚାଳନା କରିଥିଲେ| ପ୍ରତେକ ଶ୍ରୀଜଗନ୍ନାଥ ଙ୍କ ଭକ୍ତ ପ୍ରତିବର୍ଷ ମହା ବିଷୁବ ସଂକ୍ରାନ୍ତି କୁ ଆନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଦିବସ ଭାବେ ପାଳନ କରିବା କୁ ଆହ୍ଵାନ ଦିଆଯାଇଛି | ସଭାରେ ଉପସ୍ଥିତ ଅତିଥି ଓ ସାମ୍ବାଦିକ ମାନ ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ଵର୍ଦ୍ଧନା କରାଯାଇ ଥିଲା, ଶେଷରେ ଶ୍ରୀଜଗନ୍ନାଥ ଙ୍କ ସେବକ ଶ୍ରୀ ଜନାର୍ଦନ ପାଟଯୋଷୀ ମହାପାତ୍ର ସମସ୍ତଙ୍କୁ ମିଠା ବାଣ୍ଟି ଥିଲେ |






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..