ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁବାଇର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୪ ଭାରତୀୟଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାକିସ୍ତାନର ୩ ନାଗରିକ ଓ ନାଇଜେରିଆର ଜଣେ ମହିଳା ବି ସାମିଲ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମେଡିଆ ରିପୋର୍ଟ ମୁତାବକ, ଏହି ଅଗ୍ନିକାଣ୍ଡ ଦୁବାଇର ଏକ ପାଞ୍ଚ ମହଲା ବିଶିଷ୍ଟ କୋଠାରେ ଘଟିଥିଲା। ନିଆଁ ପ୍ରଥମେ ବିଲ୍ଡିଂର ଚତୁର୍ଥ ମହଲାରେ ଲାଗିଥିଲା। ଏହାପରେ ବିଲ୍ଡିଂ ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ଫଳରେ ସେଠାରେ କାର୍ଯ୍ୟରତ ଲୋକେ ବାହାରକୁ ବାହାରି ପାରି ନ ଥିଲେ। ତୁରନ୍ତ ଦୁବାଇ ସିଭିଲ ଡିଫେନ୍ସ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପ୍ରାୟ ଅଢେଇଟା ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ମୃତକଙ୍କ ମଧ୍ୟରେ ଏକ ଭାରତୀୟ ଦମ୍ପତିଙ୍କ ସମେତ ୪ ଜଣ ଅଛନ୍ତି। ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ ପରିବାରକୁ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..