ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୃଣମୂଳ କଂଗ୍ରେସ ନେତା ମୁକୁଲ ରୟ ନିଖୋଜ ହୋଇ ଯାଇଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନି । ଏନେଇ ଅଭିଯୋଗ କରିଛନ୍ତି ତାଙ୍କ ପୁଅ ଶୁଭ୍ରାଶୁଂ ରାୟ। ମୁକୁଲ ରାୟ ଗତକାଲି ସନ୍ଧ୍ୟାରେ ଫ୍ଳାଇଟରେ କୋଲକତାରୁ ଦିଲ୍ଲୀ ଅଭିମୁଖେ ଯାଇଥିଲେ। ଫ୍ଲାଇଟ ଗତକାଲି ରାତି ୯ଟା୫୫ରେ ଦିଲ୍ଲୀରେ ଲ୍ୟାଣ୍ଡ କରିଥିଲା। ମାତ୍ର ଏହାପରଠୁ ମୁକୁଲ ରାୟଙ୍କୁ ତାଙ୍କ ପରିବାର ଲୋକେ ଆଉ ଯୋଗାଯୋଗ କରି ପାରୁ ନାହାନ୍ତି। ଫ୍ଲାଇଟ ଲ୍ୟାଣ୍ଡ କରିବା ପରେ ମୁକୁଲ ରୟ ସେଥିରୁ ଓହ୍ଲାଇ କେଉଁଆଡ଼େ ଚାଲିଗଲେ ନା ତାଙ୍କ ସହ ଆଉ କିଛି ଅଘଟଣ ଘଟିଛି ସେ ନେଇ କିଛି ସୂଚନା ମିଳି ପାରୁନି । ଏନେଇ ପରିବାର ପକ୍ଷରୁ ଏୟାରପୋର୍ଟ ଥାନାରେ ଅଭିଯୋଗ କରାଯାଇଥିବା ଶୁଭ୍ରାଶୁଂ ରାୟ ସୂଚନା ଦେଇଛନ୍ତି । ହେଲେ ଏ ନେଇ ବିଧିବଦ୍ଧ ଭାବେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପତ୍ନୀଙ୍କ ମୃତ୍ୟୁ ପରେ ଦୀର୍ଘ ଦିନ ହେଲା ଅସୁସ୍ଥ ରହୁଥିବା ମୁକୁଲ ରୟ ଗତ ଫେବୃୟାରୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……