ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ତଳସାହିରେ ବିଜୁଳି ଘଡ଼ଘଡ଼ି ମାରି ୬ ଟି ବାଇକ ପୋଡି ହୋଇଯାଇଛି | ଗତକାଲି ବିଳମ୍ବିତ ରାତିରେ ପ୍ରଶାନ୍ତ କୁମାର ବଡ଼ଜେନାଙ୍କ ର ବାଇକ୍ ପୋଡ଼ି ଯାଇଛି। ଘଡ଼ଘଡ଼ିରେ ତାଙ୍କ ଘରର ଛାତ, ବିମ୍ ଓ ଖୁଣ୍ଟ ମଧ୍ୟ ଫାଟି ଯାଇଥିବା ଜଣାଯାଇଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସ୍ଥାନୀୟ ଲୋକ ଚେଷ୍ଟା କରି ବି ଆୟତ୍ତ କରିପାରିନଥିଲେ।ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।






More Stories
ମୁଁ ଇସ୍ତଫା ଦେବି ନାହିଁ…..
ଭବାନୀପୁରରେ ହାରିଲେ ଦିଦି…..
ରାଜପଥରେ ଯୁବକଙ୍କୁ ହାଣିଦେଲେ…..