ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ଆଫ୍ରିକାରରୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଥିବା ଅଣ୍ଡିରା ଚିତା ବାଘ ‘ଉଦୟ’ର ମୃତ୍ୟୁ ହୋଇଛି। ଏନେଇ ମଧ୍ୟପ୍ରଦେଶ ମୁଖ୍ୟ ବନ ସଂରକ୍ଷକ ଜେଏସ୍ ଚୌହାନ୍ ସୂଚନା ଦେଇଛନ୍ତି। ରୋଗରେ ପଡ଼ିଥିବା ଉଦୟର ଚିକିତ୍ସା ହେଉଥିଲା। ତେବେ ସେ କେଉଁ ପ୍ରକାର ରୋଗରେ ପଡ଼ି ଜୀବନ ହରାଇଛି ତାହା ଜଣାପଡ଼ିନି। ଆଜି ସକାଳେ ସେ ଅସୁସ୍ଥ ହୋଇପଡ଼ିବା ଦେଖି ବନ ବିଭାଗ କର୍ତ୍ତୃପକ୍ଷ ତାହାର ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବେ ବେଳେ ଉଦୟର ମୃତ୍ୟୁ ହୋଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….