ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କାଶ୍ମୀର ପୁଂଛରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଦିନ କେଇଟା ହୋଇଥିବା ବେଳେ ପାକିସ୍ତାନ୍ ଏକ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଛି । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ୍ ପୁଣି ଷଡଯନ୍ତ୍ର ରଚୁଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପାକିସ୍ତାନର ଖୁଫିଆ ଏଜେନ୍ସି ଓ ପାକିସ୍ତାନୀ ସେନା ମିଳିତ ଭାବେ ଆତଙ୍କବାଦୀଙ୍କୁ ପ୍ରସେୟ ଦେଇଛନ୍ତି । ନିୟନ୍ତ୍ରଣ ରେଖା ନିକଟ ପିଓକେରେ ଆତଙ୍କବାଦୀଙ୍କୁ ୫ଟି କଣ୍ଟ୍ରୋଲ ରୁମ୍ ପାକିସ୍ତାନ୍ ପ୍ରଦାନ କରିଥିବା ଗୁପ୍ତ ସୂଚନାରୁ ଜଣାପଡିଛି । ଗୁପ୍ତ ସୂଚନା ଅନୁସାରେ, ଭିମ୍ବର, ନୀଲମ ବେଲି, ଲିପା ବେଲି, ରାବଲକୋଟ୍ ଏବଂ ମୁଜାଫରବାଦରେ ଏହି କଣ୍ଟ୍ରୋଲ ରୁମ୍ ବନାଯାଇଛି । ଏହି କଣ୍ଟ୍ରୋଲ ରୁମରୁ ରହି ଅନୁଧ୍ୟାନ କରାଯିବ କି, କିପରି ଭାରତରେ ଆତଙ୍କବାଦୀଙ୍କୁ ପ୍ରବେଶ କରାଯାଇ ପାରିବ । ଏହା ସହିତ ଭାରତୀୟ ଯବାନଙ୍କ ଗତିବିଧୀ ଉପରେ ନଜର ରଖିବା ଏହି କଣ୍ଟ୍ରୋଲ ରୁମରୁ ସମ୍ଭବ ହୋଇପାରିବ । କେବଳ ଏତିକି ନୁହେଁ ଗୁପ୍ତ ସୂଚନାରୁ ଆହୁରି ମଧ୍ୟ ଜଣାପଡିଛି କି, ପାକିସ୍ତାନ୍ ତା’ର ସମସ୍ତ ଲଞ୍ଚ ପ୍ୟାଡକୁ ଆକ୍ଟିଭ୍ କରିଦେଇଛି । ନିୟନ୍ତ୍ରଣ ରେଖାର ନିକଟକୁ ନେଇଆସିଛି ସମସ୍ତ ଲଞ୍ଚିଂ ପ୍ୟାଡ୍ । ଭାରତ ସୀମାଠୁ ମାତ୍ର କିଛି କିଲୋମିଟର ଦୂରରେ ଏହି ଲଞ୍ଚିଂ ପ୍ୟାଡକୁ ରଖାଯାଇଛି । କୁହାଯାଉଛି କି, ପ୍ରଶୀକ୍ଷଣ ପ୍ରପ୍ତ ଆତଙ୍କବାଦୀଙ୍କ ହାତରେ ଏହି ଲଞ୍ଚିଂ ପ୍ୟାଡ୍ ଦିଆଯାଇଛି । ଆଉ ପାକିସ୍ତାର ଖୁଫିଆ ଏଜେନ୍ସି ଆଇଏସଆଇ ଏହାକୁ ସିଧାସଳଖ ଭାବେ କଣ୍ଟ୍ରୋଲ କରୁଛି । ଏହା ସହିତ ଖବର ମିଳିଛି କି, ଟାର୍ଗେଟ୍ କିଲିଂ ପାଇଁ ୩୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରନ୍ତି ଆତଙ୍କବାଦୀ






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..