ରିପୋର୍ଟ କାର୍ଡ / ଛତିଶଗଡ଼ର
ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ାରେ ହୋଇଛି ନକ୍ସଲ ହମଲା। ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡ ର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୁଲିସ୍ ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ୧୦ ଯବାନ ଓ ଡ୍ରାଇଭର ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ମଳିଥିବା ସୂଚନା ଅନୁସାରେ, ଦାନ୍ତେୱାଡାର ଅରନପୁର କ୍ଷେତ୍ରରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଗୋଟିଏ ଗାଡ଼ିରେ ୧୦ ଜଣ ଡିଆରଜି ଯବାନ ଅପରେସନରେ ବାହାରିଥିଲେ। ସେମାନେ ନକ୍ସଲ ବିରୋଧୀ ଅପରେସନରୁ ଅପରାହ୍ନ ସମୟରେ ଫେରୁଥିବା ବେଳେ ଆଇଆଇଡି ବିସ୍ଫୋରଣରେ ସହିଦ ହୋଇଛନ୍ତି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..