ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ଓମିକ୍ରନ୍ ର ନୂଆ ସବ୍ ଭାରିଆଣ୍ଟ XBB.2.3 ଠାବ । ଭୁବନେଶ୍ବର ସ୍ଥିତ ILS ଓ RMRCରେ ଜିନମ୍ ସିକ୍ବେନ୍ସିଂରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ତେବେ ଓଡ଼ିଶାରେ ଏବେ ବଢୁଥିବା ଓମିକ୍ରନ୍ ସଂକ୍ରମଣ XBB.1.16 ଭାରିଏଣ୍ଟ ଯୋଗୁଁ ବଢୁଛି। ସାର୍ସ କୋଭିଡ୍ ଜେନୋମିକ୍ସ କନସୋର୍ଟିୟମ୍-INSACOG ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୁବନେଶ୍ବରରେ ଥିବା ଲ୍ୟାବ୍ ଦ୍ବାରା ଜିନମ୍ ସିକ୍ବେନ୍ସିଂରେ ଦ୍ବାରା ଏହାକୁ ଚିହ୍ନଟ କରାଯାଇଛି | ଓଡ଼ିଶାରେ XBB.2.3 ଭାରିଏଣ୍ଟର ଗୋଟିଏ ନମୁନା ଏବଂ ଏହାର ଅତିରିକ୍ତ ମ୍ୟୁଟେସନ୍ ହୋଇଥିବା XBB.2.3.2ର ୨ଟି ନମୁନା ଚିହ୍ନଟ ହୋଇଛି। ଏପ୍ରିଲ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ୭୭ଟି ନମୁନାରୁ ୩୪ଟି କେସ୍ ରେ XBB.1.16 ଏବଂ ଏହାର ମ୍ୟୁଟେସନ୍ ହୋଇଥିବା XBB.1.16.1ର ଗୋଟିଏ ଚିହ୍ନଟ ହୋଇଛି। ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ -ILS ଏବଂ ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଣ୍ଟର-RMRC ପକ୍ଷରୁ କରାଯାଇଥିବା ଜିନମ୍ ସିକ୍ବେନ୍ସିଂ ଦ୍ବାରା ଏହାକୁ ଚିହ୍ନଟ କରାଯାଇଛି।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..