Report Card Odisha

| Daily Odia News

ନଦୀରେ ବୁଡ଼ିଲା ଡଙ୍ଗା, ୨ ନିଖୋଜ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବ୍ରାହ୍ମଣୀ ନଦୀରେ ଏକ ଡଙ୍ଗା ବୁଡି ୨ଜଣ ନିଖୋଜ ଥିବାର ସୂଚନା ମିଳିଛି । ଏକମାଣିଆ ପଞ୍ଚାୟତ ଠାରେ ଏହି ଅଘଟଣ ଘଟିଛି। ଡଙ୍ଗାର ନାଉରିଆ ଏବଂ ଆଉ ଜଣେ ଯାତ୍ରୀଙ୍କର ସୂଚନା ମିଳୁ ନଥିବାର ଜଣା ପଡିଛି । କୂଳର କିଛି ବାଟ ପୂର୍ବରୁ ଡଙ୍ଗାଟା ନେଉଟି ପଡିଥିବାର ସୂଚନା ରହିଛି । ନିଖୋଜ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସୂଚନା ମୁତାବକ ଡଙ୍ଗାଟି ଏକମାଣିଆରୁ ରାଜନଗର କେରଡାଗଡ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ମୋଟ ୩୦ଜଣ ଯାତ୍ରୀ ଯାଉଥିବା ବେଳେ ଗ୍ରାମବାସୀ ଏବେ ନିଖୋଜ ମାନଙ୍କୁ ଖୋଜୁଛନ୍ତି । ଡଙ୍ଗାରେ ଅଧିକ ଲୋକଥିବାରୁ ଏହା ଭାରସମ୍ୟ ହରାଇ ଲେଉଟି ପଡିଥିଲା ଯାହା ଫଳରେ ଏଭଳି ଅଘଟଣ ଘଟିଛି ।

Breaking News