ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ରାହ୍ମଣୀ ନଦୀରେ ଏକ ଡଙ୍ଗା ବୁଡି ୨ଜଣ ନିଖୋଜ ଥିବାର ସୂଚନା ମିଳିଛି । ଏକମାଣିଆ ପଞ୍ଚାୟତ ଠାରେ ଏହି ଅଘଟଣ ଘଟିଛି। ଡଙ୍ଗାର ନାଉରିଆ ଏବଂ ଆଉ ଜଣେ ଯାତ୍ରୀଙ୍କର ସୂଚନା ମିଳୁ ନଥିବାର ଜଣା ପଡିଛି । କୂଳର କିଛି ବାଟ ପୂର୍ବରୁ ଡଙ୍ଗାଟା ନେଉଟି ପଡିଥିବାର ସୂଚନା ରହିଛି । ନିଖୋଜ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସୂଚନା ମୁତାବକ ଡଙ୍ଗାଟି ଏକମାଣିଆରୁ ରାଜନଗର କେରଡାଗଡ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ମୋଟ ୩୦ଜଣ ଯାତ୍ରୀ ଯାଉଥିବା ବେଳେ ଗ୍ରାମବାସୀ ଏବେ ନିଖୋଜ ମାନଙ୍କୁ ଖୋଜୁଛନ୍ତି । ଡଙ୍ଗାରେ ଅଧିକ ଲୋକଥିବାରୁ ଏହା ଭାରସମ୍ୟ ହରାଇ ଲେଉଟି ପଡିଥିଲା ଯାହା ଫଳରେ ଏଭଳି ଅଘଟଣ ଘଟିଛି ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….