ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ଟେକ୍ସାସରେ ଏକ ମଲ୍ରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁଳି କରିଥିବା ବ୍ୟକ୍ତି ମଧ୍ୟ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ତାଙ୍କ ପରିଚୟକୁ ସାର୍ବଜନୀନ କରାଯାଇନାହିଁ। ଶନିବାର ଅପରାହ୍ଣରେ ଏହି ଘଟଣା ଘଟିଛି। ସେତେବେଳେ ମଲ୍ରେ ଶତାଧିକ ଲୋକ ଉପସ୍ଥିତ ଥିଲେ। ମଲ୍ ବାହାରେ ଥାଇ ଉକ୍ତ ବ୍ୟକ୍ତି ଜଣଙ୍କ ଗୁଳି ଚଳାଇଥିଲେ। ଗୁଳି ହେଉଥିବା ଦେଖି ଲୋକେ ଏଣେତେଣେ ଧାଇଁଥିଲେ। ସେତେବେଳେ ମଲ୍ରେ ଜଣେ ପୁଲିସ୍ ଅଫିସର ଥିଲେ। ସେ କୌଣସି ଏକ କାମରେ ସେଠାରେ ଉପସ୍ଥିତ ଥିଲେ। ଗୁଳିମାଡ଼ ହେଉଥିବା ଦେଖି ସେ ସତର୍କ ହୋଇଯାଇଥିଲେ ଓ ଯେଉଁ ସ୍ଥାନରେ ଛିଡ଼ା ହୋଇ ଉକ୍ତ ବ୍ୟକ୍ତି ଜଣଙ୍କ ଗୁଳିମାଡ଼ କରୁଥିଲେ ସେହି ଦିଗକୁ ଯାଇଥିଲେ। ସେ ତାଙ୍କ ବନ୍ଧୁକରୁ ଗୁଳି କରି ଉକ୍ତ ବ୍ୟକ୍ତିଙ୍କୁ ମାରି ଦେଇଥିଲେ। ତା’ପରେ ସେ ଜରୁରୀକାଳୀନ ସ୍ଥିତି ପାଇଁ ନିଯୁକ୍ତ ପୁଲିସ୍ କର୍ମଚାରୀମାନଙ୍କୁ ଖବର ଦେଇଥିଲେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..