ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶାସକ ଦଳର ଲୁଟ୍, ମିଥ୍ୟା, ଅହଙ୍କାର ଏବଂ ବିଦ୍ବେଷ ବାତାବରଣର ଅବସାନ ନ ଘଟିଲେ କର୍ଣ୍ଣାଟକ ଓ ଦେଶର ବାକି ପ୍ରଦେଶ ପ୍ରଗତି କରିପାରିବେ ନାହିଁ ବୋଲି କର୍ଣ୍ଣାଟକ ହୁବଲୀରେ ଆୟୋଜିତ ନିର୍ବାଚନ ପ୍ରଚାର ରାଲିରେ ଉଦ୍ବୋଧନ ଦେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି। ୨୦୦୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ପ୍ରଥମ କରି ପ୍ରବେଶ କରିଥିବା ସୋନିଆ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ମାସ ତଳେ ତାଙ୍କ ପୁଅ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ବରେ ଆୟୋଜିତ ‘ଭାରତ ଯୋଡ଼ୋ ଯାତ୍ରା’ ଥିଲା ବିଦ୍ବେଷ ବିସ୍ତାରକାରୀମାନଙ୍କ ବିପକ୍ଷରେ। ସେହି କାରଣରୁ ହିଁ ରାହୁଲ୍ ଗାନ୍ଧୀଙ୍କ ୪୦୦୦ କିଲୋମିଟର୍ ପଦଯାତ୍ରାରେ ଅସଂଖ୍ୟ ଜନତା ଯୋଗ ଦେଇଥିଲେ। ସୋନିଆ ଗାନ୍ଧୀଙ୍କ ସହିତ ସଭା ମଞ୍ଚରେ ଉପସ୍ଥିତ ଥିଲେ କଂଗ୍ରେସ ଅଧ୍ୟକ୍ଷ ଏମ୍. ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ୍ ଗାନ୍ଧୀ ଏବଂ ଟିକେଟ୍ ନ ପାଇବାରୁ ‘ବିଜେପି’ ଛାଡ଼ି ପୁଣି କଂଗ୍ରେସରେ ଯୋଗ ଦେଇଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର୍। କର୍ଣ୍ଣାଟକରେ ‘ବିଜେପି’ ନ ଜିତିଲେ, ପ୍ରଧାନମନ୍ତ୍ରୀଙ୍କ କୃପାଦୃଷ୍ଟି ପଡ଼ିବ ନାହିଁ ବୋଲି ମଧ୍ୟ ସେମାନେ ଧମକ ଦେଉଛନ୍ତି। ବିଜେପି ଅନ୍ଧାରୀ ଶାସନ ବିରୋଧରେ ଆମ ପ୍ରତିବାଦକୁ ସୁଦୃଢ଼ କରିବା ସମସ୍ତଙ୍କ ଦାୟିତ୍ବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ସେ ପୁଣି କହିଛନ୍ତି, ଆପଣଙ୍କମାନଙ୍କର କ’ଣ ମନେ ହେଉନାହିଁ ଯେ, କ୍ଷମତାସୀନ ବ୍ୟକ୍ତିଙ୍କର ବ୍ୟାପାର ଡକାୟତି ହୋଇଯାଇଛି ବୋଲି? ୨୦୧୮ରେ ଆପଣମାନେ ସେମାନଙ୍କୁ କ୍ଷମତା ଦେଇ ନ ଥିଲେ, କିନ୍ତୁ ସୋମନେ ସରକାର ଚୋରାଇ ନେବା ସହ କ୍ଷମତା ଅକ୍ତିଆର କରିନେଲେ। ତା’ପରେ ତାଙ୍କର ୪୦% କମିସନ୍ ସରକାର ଲୁଟ୍ତରାଜରେ ମାତିଛି। ନେତାମାନଙ୍କର ଭାଗ୍ୟ ଜନତାଙ୍କଦ୍ବାରା ନିର୍ଦ୍ଧାରିତ ହୁଏ। ‘ବିଜେପି’ର ଲୁଟ୍ ବନ୍ଦ କରିବା ଲାଗି ଦୟାପୂର୍ବକ ମେ ୧୦ ତାରିଖରେ କଂଗ୍ରେସକୁ ଭୋଟ୍ ଦେଇ ସଂଖ୍ୟାଗରିଷ୍ଠ କରାନ୍ତୁ ସେ କହିଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..