ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ଆଦିବାସୀ ଓ ପ୍ରଭାବଶାଳୀ ମଣିପୁରୀ ସମ୍ପ୍ରଦାୟଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷ ଘଟଣାରେ ଶାସକ ‘ବିଜେପି’କୁ ସମାଲୋଚନା କରି କଂଗ୍ରେସ ନେତା ଶଶୀ ଥରୁର୍ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଦାବି କରିଛନ୍ତି। ଥରୁର୍ କହିଛନ୍ତି, ଭୋଟ୍ ଦେଇ ‘ବିଜେପି’କୁ କ୍ଷମତାକୁ ଫେରାଇ ଆଣିବାର ମାତ୍ର ବର୍ଷକ ପରେ ମଣିପୁରର ଭୋଟର୍ମାନେ ଅକଳ୍ପନୀୟ ବିଶ୍ବାସଘାତକତାର ସରବ୍ୟ ହୋଇଥିବା ଭଳି ମନେ କରୁଛନ୍ତି। ଟୁଇଟ୍ କରି ଶଶୀ ଥରୁର୍ ଲେଖିଛନ୍ତି: ପ୍ରତିଶ୍ରୁତି ଦିଆଯାଇଥିବା ଉଚ୍ଚ ପ୍ରଶଂସିତ ସୁ-ଶାସନର ଅବସ୍ଥା କ’ଣ ସଦ୍ବିଚାରଧାରାସମ୍ପନ୍ନ ଭାରତୀୟମାନେ ମଣିପୁରରେ ଲାଗି ରହିଥିବା ହିଂସାକାଣ୍ଡରୁ ଚିନ୍ତା କରିବା ଉଚିତ। ରାଜ୍ୟରେ ‘ବିଜେପି’କୁ କ୍ଷମତାସୀନ କରିବାର ମାତ୍ର ବର୍ଷକ ପରେ ମଣିପୁରର ଭୋଟର୍ମାନେ ଅକଳ୍ପନୀୟ ବିଶ୍ବାସଘାତକତାର ଶିକାର ହୋଇଥିବା କଥା ହୃଦୟଙ୍ଗମ କରିପାରୁଛନ୍ତି। ରାଷ୍ଟ୍ରପତି ଶାସନ ଜାରି ହେବାର ସମୟ ଆସିଛି; ଯେଉଁ କାର୍ଯ୍ୟ ପାଇଁ ନିର୍ବାଚିତ ହୋଇଥିଲେ, ସେଥି ପାଇଁ ସରକାର ଯୋଗ୍ୟ ନୁହନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..