Report Card Odisha

| Daily Odia News

ମଙ୍କିପକ୍ସ ଏକ ଜରୁରି ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ଯେ, ମଙ୍କିପକ୍ସ ଏବେ ଏକ ଜରୁରି ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ। ପ୍ରାୟ ବର୍ଷେ କାଳ ଏହି ରୋଗ ବିଶ୍ବର ବିଭିନ୍ନ ଦେଶରେ ବ୍ୟାପିଥିବା ବେଳେ ଆଜି ହୁ ନିର୍ଦ୍ଦେଶକ ଟେଡ୍ରୋସ ଆଧାନମ ଗେବ୍ରେୟେସସ କହିଛନ୍ତି ଯେ ତାଙ୍କ ଇମର୍ଜେନ୍ସି କମିଟିର ସୁପାରିସ ଅନୁସାରେ ଏହି ଭୂତାଣୁ ସଂକ୍ରମଣ ବିଶ୍ବରେ ଏକ ଉଦ୍‌ବେଗ ସୃଷ୍ଟିକାରୀ ସ୍ବାସ୍ଥ୍ୟ ସମସ୍ୟା ନୁହେଁ। ଗତକାଲି ମଙ୍କିପକ୍ସ ପାଇଁ ଇମର୍ଜେନ୍ସି କମିଟି ବୈଠକ ବସିଥିଲା। ଏହାପରେ କମିଟି ଉପରୋକ୍ତ ମତ ପ୍ରକାଶ କରିଛି। ମଙ୍କିପକ୍ସ ଭାଇରସ୍ ଦ୍ବାରା ସୃଷ୍ଟି ହେଉଥିବା ଏକ ସଂକ୍ରାମକ ରୋଗ, ଯେଉଁ ରୋଗ ହେଲେ ରୋଗୀ ଦେହରେ ଠାଏ ଠାଏ ଫଳିଯାଏ, ଜ୍ବର ହୁଏ ଏବଂ ଯନ୍ତ୍ରଣା ହୁଏ। ବର୍ଷକ ଭିତରେ ଏପର୍ଯ୍ୟନ୍ତ ୮୭,୦୦୦ ମଙ୍କିପକ୍ସ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୪୦ ଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି। ୧୧ଟି ଦେଶରେ ଏହି ରୋଗ ବ୍ୟାପିଥିଲା। କିନ୍ତୁ ଗତ ତିନିମାସରେ ପୂର୍ବ ତିନିମାସ ଅପେକ୍ଷା ୯୦ ପ୍ରତିଶତ କମ୍ ମାମଲା ରିପୋର୍ଟ କରାଯାଇଛି ବୋଲି ହୁ ମୁଖ୍ୟ କହିଥିଲେ।

Breaking News