Report Card Odisha

| Daily Odia News

କିଏ ହେବ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକାରେ କଂଗ୍ରେସ ଐତିହାସିକ ବିଜୟ ଅଭିମୁଖେ ଆଗେଇଚାଲିଛି। ଦଳ ୧୩୫ଟି ଆସନରେ ଲିଡ୍‌ କରୁଥିବା ବେଳେ ବିଜେପି ଯଥେଷ୍ଟ ପଛରେ ରହିଛି। କଂଗ୍ରେସ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯାଉଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ ଉପରେ ସମସ୍ତେ ଫୋକସ କରିବା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ଜଣ ବରିଷ୍ଠ ନେତା ଦୌଡ଼ରେ ରହିଛନ୍ତି। ଗୋଟିଏ ପଟେ ସିଦ୍ଦରମୈୟା ଓ ଅନ୍ୟପଟେ ଡିକେ ଶିବକୁମାର ଅଛନ୍ତି। ସିଦ୍ଦରମୈୟା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଶିବକୁମାର ହେଉଛନ୍ତି ରାଜ୍ୟ କଂଗ୍ରେସ ମୁଖ୍ୟ। ଉଭୟ ନେତା ମୁଖ୍ୟମନ୍ତ୍ରୀ ହେବା ଆଶାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କଲେ ଅନ୍ୟ ଜଣଙ୍କ କ୍ୟାମ୍ପରେ ବିଦ୍ରୋହ ସୃଷ୍ଟି ହେବାର ଆଶଙ୍କା ରହିଛି।

Breaking News