Report Card Odisha

| Daily Odia News

କର୍ଣ୍ଣାଟକାରେ କିଏ ହେବ ମୁଖ୍ୟମନ୍ତ୍ରୀ ସ୍ଥିର କରିବେ ଖଡଗେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକାରେ କିଏ ହେବ ମୁଖ୍ୟମନ୍ତ୍ରୀ ସ୍ଥିର କରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ରବିବାର ବେଙ୍ଗଲୁରୁରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବା ସଂକଳ୍ପପତ୍ର ଅନୁମୋଦନ ହୋଇଛି। ଯେଉଁଥିରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖରଗେଙ୍କୁ କଂଗ୍ରେସ ବିଧାୟକ ଦଳର ପରବର୍ତ୍ତି ନେତା ଚୟନ କରିବାର କ୍ଷମତା ଦିଆଯାଇଛି। ସେ ଯାହାକୁ ଚାହିଁବେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କରିବେ। ବେଙ୍ଗଲୁରୁରେ ବସିଥିବା ବୈଠକ ଶେଷରେ ଏକ ଲାଇନ୍‌ ବିଶିଷ୍ଟ ଏହି ସଂଙ୍କଳ୍ପପତ୍ର ପଢ଼ା ଯାଇଛି। ବୈଠକରେ କର୍ଣ୍ଣାଟକା ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର କିମ୍ବା ବରିଷ୍ଠ ନେତା ସିଦ୍ଦରମୈୟାଙ୍କ ଭିତରୁ କାହାକୁ ଏଠାରେ ମୁଖ୍ୟମନ୍ତ୍ରୀ ସିଟ୍‌ରେ ବସାଯିବ ସେନେଇ ଆଲୋଚନା ହୋଇଥିଲା। କର୍ଣ୍ଣାଟକା ରାଜ୍ୟ କଂଗ୍ରେସ ମୁଖିଆ ଆଜି ଦିଲ୍ଲୀ ଯିବେ | କଂଗ୍ରେସ ନେତା ରନ୍ଦିପ ସିଂହ ସୁରଜୀୱାଲା କହିଛନ୍ତି, ଅବଜରର୍ଭରମାନେ ପ୍ରତ୍ୟେକ ବିଧାୟକଙ୍କ ମତାମତ ନେବେ ଓ ଏହାର ରିପୋର୍ଟ ଖଡଗେଙ୍କୁ ଦିଲ୍ଲୀରେ ଦେବେ। ଏହା ବିଚାର କରି ଖଡଗେ ଶେଷ ନିଷ୍ପତ୍ତି ନେବେ। ଶେଷ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ପଦରେ ଯିଏ ବସିବ ସିଏ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କୁ ଦେଖା କରିବ।

Breaking News