ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଷାକ୍ତ ମଦ ଖାଇ ତାମିଲନାଡୁରେ ୩ଜଣ ମହିଳାଙ୍କ ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଛି। ବିଲ୍ଲୁପୁରମ୍ ଜିଲ୍ଲାରେ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଚେଙ୍ଗାଲ୍ପଟ୍ଟୁ ଜିଲ୍ଲାରେ ୫ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଲୋକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ମହିଳା। ବିଷାକ୍ତ ମଦ ଯୋଗାଇ ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଥିବା କଥା ବି ପୁଲିସ କହିଛି। ସ୍ବତନ୍ତ୍ର ପୋଲିସ ଟିମ୍ ଏଥିରେ ସମ୍ପୃକ୍ତ ଥିବା ଅଧିକ ସନ୍ଦିଗ୍ଧମାନଙ୍କର ସନ୍ଧାନ ନେଉଛି। ‘ଇଣ୍ଡଷ୍ଟ୍ରିଆଲ୍ ମେଥ୍ନଲ୍’ ନାମକ ରାସାୟନିକ ପଦାର୍ଥ ମିଶ୍ରିତ ମଦ୍ୟପାନ କରି ଉପରୋକ୍ତ ବ୍ୟକ୍ତିମାନଙ୍କର ମୃତ୍ୟୁ ଘଟିଥିବା କଥା ପୋଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ (ଉତ୍ତର) ଏନ୍. କାନ୍ନନ କହିଛନ୍ତି। ୨ଟି ସ୍ଥାନରେ ଘଟିଥିବା ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ ଘଟଣାରେ ପାରସ୍ପରିକ ସମ୍ପର୍କ ଥିବା କଥା ଏପର୍ଯ୍ୟନ୍ତ ଜଣା ପଡ଼ି ନ ଥିବା କଥା ପୋଲିସ କହିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ଲାଗି ୧୦ ଲକ୍ଷ ଟଙ୍କା ଓ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ବ୍ୟକ୍ତିଙ୍କ ଲାଗି ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି।






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..