ରିପୋର୍ଟ କାର୍ଡ / ଭୁବନେଶ୍ୱର
ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ନେଲେ । ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ପରେ ଗଣମାଧ୍ୟମକୁ ଦୀପାଳି କହିଛନ୍ତି ଯେ, ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର, ସ୍ୱର୍ଗତ ନବ ଦାସଙ୍କର ଏବଂ ଝାରସୁଗୁଡ଼ାବାସୀଙ୍କର। ଉପନିର୍ବାଚନ ପାଇଁ ସମସ୍ତେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଏହାପରେ ମୁଁ ସମସ୍ତଙ୍କୁ ଭେଟି ସେମାନଙ୍କ ନିକଟରୁ ଆଶୀର୍ବାଦ ନେବା ସହ, ସେମାନଙ୍କୁ କୃତଜ୍ଞତା ଜଣାଇବି। ବାପାଙ୍କର ସ୍ୱପ୍ନ ଥିଲା ଯେ,ଝାରସୁଗୁଡ଼ାକୁ ନୂତନ ଭାବେ ଗଠନ କରିବା । ବାପାଙ୍କ ଦ୍ୱାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ପ୍ରବଳ ବର୍ଷୀବ…..
ବଢିଲା ଧାନ ସଂଗ୍ରହ ଅବଧି…..
ବର୍ଷ ଦଶମ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ ହେବନି ତୃତୀୟ ଭାଷା…..