ରିପୋର୍ଟ କାର୍ଡ / ବଲାଙ୍ଗୀର
ରୋଗୀଣା ସ୍ତ୍ରୀଙ୍କର ମୃତ୍ୟୁ ପରେ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି | ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ। ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷ ଜମିରେ ଥିବା ଗଛରେ ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ ଗୋଧନ ମଲ୍ଲିକ। ସେ କିଡନି ରୋଗରେ ଆକ୍ରାନ୍ତ ସ୍ତ୍ରୀଙ୍କର ଚିକିତ୍ସା କରାଉଥିଲେ। ବହୁ ଅର୍ଥ ଖର୍ଚ୍ଚ କରି ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ। ଏହି ଦୁଃଖରେ ମ୍ରିୟମାଣ ହୋଇ ରାତିରେ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ପାହାନ୍ତିଆରେ ସ୍ୱାମୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ତାଙ୍କର ଏକ ୧୪ ବର୍ଷୀୟା ଝିଅ ଥିବା ଜଣାଯାଇଛି, ଯିଏ ମାମୁ ଘରେ ରହେ। ପୋଲିସ ପହଞ୍ଚି ଗୋଧନ ମଲ୍ଲିକଙ୍କ ଶବ ଜବତ କରି ତଦନ୍ତ ଚଳାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..