ରିପୋର୍ଟ କାର୍ଡ / ବୌଦ୍ଧ
ବୌଦ୍ଧ ଜିଲ୍ଲା କମଳପୁର ଛକ ନିକଟରେ ଆଜି ଭୋର ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୋଲିସ ଗାଡ଼ି ଟ୍ରକ୍ ମୁହାଁମହିଁ ଧକ୍କା ହେବାଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର। ଆହତମାନେ ହେଲେ ବାଉଁଶୁଣୀ ଥାନା ଏଏସ୍ଆଇ, ହୋମଗାର୍ଡ ଓ କନେଷ୍ଟବଲ। ସମସ୍ତ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି। ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।






More Stories
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..