ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏହା ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ। ପରୀକ୍ଷାରେ ସାମିଲ ହେବାକୁ ଚାହୁଁଥିବା ପିଲାମାନଙ୍କୁ ଏଥିପାଇଁ ମେ’ ୨୬ରୁ ଜୁନ୍ ୧ ତାରିଖ ମଧ୍ୟରେ ଫର୍ମ ଫିଲ୍ଅପ୍ କରିବାକୁ ପଡ଼ିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କହିଛନ୍ତି ଯେ, ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ପୂର୍ବ ପ୍ରଚଳିତ ୨ଟି ସମ୍ମେଟିଭ୍ ପରୀକ୍ଷା ଆଉ କରାଯିବ ନାହିଁ। କେବଳ ଦଶମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ। ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ। ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ବାର୍ଟରରେ ଜାରି ରହିବ। ସେହିପରି ନବମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷାରେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..