ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜିମ୍ବାୱେ ବିଶ୍ବରେ ସବୁଠାରୁ ଦୟନୀୟ ରାଷ୍ଟ୍ର। ପ୍ରଖ୍ୟାତ ଅର୍ଥନୀତିଜ୍ଞ ଷ୍ଟିଭ୍ ହ୍ୟାଙ୍କ୍ଙ୍କ ୨୦୨୨ ବାର୍ଷିକ ଦଃଖ ସୂଚକାଙ୍କରେ ଜିମ୍ବାୱେ ସବୁଠୁ ଆଗରେ ରହିଛି। ଦେଶଗୁଡ଼ିକର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ଏହି ସୂଚକାଙ୍କ ପ୍ରସ୍ତୁତ ହୋଇଛି। ଯୁଦ୍ଧପ୍ରବଣ ରାଷ୍ଟ୍ର ୟୁକ୍ରେନ, ସିରିୟା ଏବଂ ସୁଦାନଠାରୁ ମଧ୍ୟ ଜିମ୍ବାୱେର ସ୍ଥିତି ଅତି ଦୟନୀୟ । ମୁଦ୍ରାସ୍ଫୀତି ପାଇଁ ଜିମ୍ବାୱେ ଭୟାନକ ସଙ୍କଟ ଦେଇ ଗତି କରୁଛି। ଗତବର୍ଷ ଜିମ୍ବାୱେରେ ମୁଦ୍ରାସ୍ଫୀତି ୨୪୩.୮ ପ୍ରତିଶତରେ ପହଞ୍ଚିଥିଲା। ମୋଟ୍ ୧୫୭ଟି ରାଷ୍ଟ୍ରର ସ୍ଥିତିକୁ ଆକଳନ କରାଯାଇ ଏହି ସୂଚକାଙ୍କ ପ୍ରସ୍ତୁତ ହୋଇଛି। ଭେନେଜୁଏଲା, ସିରିୟା, ଲେବାନନ , ସୁଦାନ, ଆର୍ଜେଣ୍ଟିନା, ୟେମେନ, ୟୁକ୍ରେନ, କ୍ୟୁବା, ତୁର୍କୀ , ଶ୍ରୀଲଙ୍କା, ହାଇତି, ଅଙ୍ଗୋଲା, ତୋଙ୍ଗା ଏବଂ ଘାନା ହ୍ୟାଙ୍କ୍ଙ୍କ ଦୟନୀୟ ରାଷ୍ଟ୍ର ତାଲିକାରେ ଶୀର୍ଷ ୧୫ ସ୍ଥାନରେ ରହିଛନ୍ତି। ଏହି ଆକଳନ ଅନୁଯାୟୀ ସ୍ବିଜରଲାଣ୍ଡ ହେଉଛି ସବୁଠାରୁ ଖୁସି ରାଷ୍ଟ୍ର। ଦୁଃଖ ସୂଚକାଙ୍କରେ ସ୍ବିଜରଲାଣ୍ଡ୍ ସବା ପଛରେ ରହିଛି। ସ୍ବିଜରଲାଣ୍ଡର ନାଗରିକମାନେ ସବୁଠାରୁ ଅଧିକ ଖୁସିରେ ରହୁଛନ୍ତି। ସ୍ବିଜରଲାଣ୍ଡ୍ ପରେ କୁଏତ ହେଉଛି ଦ୍ବିତୀୟ ସର୍ବାଧିକ ଖୁସି ରାଷ୍ଟ୍ର। ଏହା ପଛକୁ ପଛ ରହିଛନ୍ତି ଆୟର୍ଲାଣ୍ଡ, ଜାପାନ, ମାଲେସିୟା, ତାଇୱାନ, ନାଇଜର, ଥାଇଲାଣ୍ଡ୍ , ତୋଗ ଏବଂ ମାଲତା ଭାରତ ଏହି ସୂଚକାଙ୍କ ତାଲିକାରେ ୧୦୩ ସ୍ଥାନରେ ରହିଛି। ବେକାରୀ ସମସ୍ୟା ତଥା ବେରୋଜଗାର ଭାରତରେ ଦୟନୀୟ ସ୍ଥିତିର କାରଣ। ସେହିପରି ଆମେରିକା ଏହି ତାଲିକାରେ ୧୩୪ତମ ସ୍ଥାନରେ ରହିଛି। ବେକାରୀ ସମସ୍ୟା ମଧ୍ୟ ଆମେରିକାରେ ଦୟନୀୟ ସ୍ଥିତିର ପ୍ରମୁଖ କାରଣ। ଲଗାତାର ୬ ବର୍ଷ ଧରି ୱାର୍ଲ୍ଡ ହାପିନେସ ରିପୋର୍ଟରେ ସବୁଠାରୁ ଖୁସି ରାଷ୍ଟ୍ର ହୋଇଥିବା ଫିନଲାଣ୍ଡ ଏହି ଦୁଃଖ ସୂଚକାଙ୍କରେ ୧୦୯ ସ୍ଥାନରେ ରହିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..