Report Card Odisha

| Daily Odia News

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଶ୍ୱବିଦ୍ୟାଳୟ ଏବଂ ମାହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ୱାଇଫାଇ। ଏହାସହ ଦିନକୁ ୧ଜିବି ଡାଟାର ମଧ୍ୟ ସୁବିଧା ପାଇବେ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସୂଚନା ଅନୁଯାୟୀ, ଏବେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ୱାଇଫାଇ ସହ ଏକ ଜିବି ଡାଟା ସୁବିଧା ଯୋଗାଇ ଦିଆଯିବ । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସୁବିଧା ଉପଭୋଗ କରିପାରିବେ । ଚଳିତ ବର୍ଷର ଆଗାମୀ ପାଠ୍ୟକ୍ରମ ସମୟୁ ଏହି ନିୟମକୁ ଲାଗୁ କରାଯିବ । ଡାଟା ଯୋଗାଇବାକୁ ଆଇଟି ବିବାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିକାଲି କଲେଜର ଛାତ୍ରଛାତ୍ରୀ, ସେମାନଙ୍କ ପାଠ୍ୟକ୍ରମରେ ଇଣ୍ଟରନେଟର ବହୁଳ ବ୍ୟବହାର କରୁଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗର ଏକ ସମୀକ୍ଷା ବୈଠକ ବସିଥିଲା । ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି  |

Breaking News