ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଆଜି ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ଓଡିଶାର ଯୋଗଦେଇନାହିଁ | ଗତକାଲି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଯୋଗ ନଦେବାକୁ ନେଇ ଆହୁରି ଚର୍ଚା ବଢିଯାଇଛି | ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀମାନେ ହିଁ ଯୋଗଦେବେ ବୋଲି ନିୟମ ଥିଲା। ଏହି ବୈଠକରେ ପଶ୍ଚିମବଙ୍ଗ ବିହାର, ରାଜସ୍ଥାନ, ଦିଲ୍ଲୀ, କେରଳ, ତେଲେଙ୍ଗାନା ଓ ପଞ୍ଜାବର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେଇ ନଥିବା ସୂଚନା ମିଳିଛି | ବିକଶିତ ଭାରତ-୨୦୪୭ ଏହାର ମୁଖ୍ୟ ପ୍ରସଙ୍ଗ ରହିଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ କିଭିଳି ସବୁ କ୍ଷେତ୍ରରେ ବିକଶିତ ହୋଇ ପାରିବ ସେନେଇ ଆଲୋଚନା ହେଉଛି।





More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ଆଜିଠୁ ସପ୍ତାହେ ବର୍ଷୀବ…..
ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି…..