Report Card Odisha

| Daily Odia News

ପବିତ୍ର ସ୍ନାନ ପୂର୍ଣ୍ଣିମା ପାଳନ ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭକ୍ତ ଶିରୋମଣି ଦାଶିଆ ସ୍ମୃତି ପିଠ ରେ ଶ୍ରୀଜଗନ୍ନାଥ ଙ୍କ ସ୍ନାନ ପୂର୍ଣ୍ଣିମା ପାଳନ ର ଚୁଡାନ୍ତ ପ୍ରସ୍ତୁତି ଭକ୍ତ ଦାଶିଆ ସ୍ମୃତି କମିଟି ବୈଠକ ରେ ଆଲୋଚନା ହୋଇ ଯାଇଛି | ଭୁବନେଶ୍ବର ର ବିଷ୍ନୁ ମନ୍ଦିର ର ସାଂସ୍କୃତିକ ସମିତି ହଲ ସହିଦନଗର ରେ କାର୍ଯ୍ୟକାରୀ ସଭାପତି ପ୍ରଫେସର ଡକ୍ଟର ଅଶୋକ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନପୂର୍ଣ୍ଣିମା ପାଳନ ବିଷୟରେ ଆଲୋଚିତ ହୋଇଯାଇଛି | ଅନୁଷ୍ଠାନ ର ସାଂସ୍କୃତିକ ସମ୍ପାଦକ ଆଇନଜିବି ସରୋଜ କୁମାର ସାହୁ ବିଗତ ବର୍ଷ ର ସ୍ନାନପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରାର ଆୟ ବ୍ୟୟ ଅଟକଳ ବୈଠକ ରେ ପ୍ରକାଶ କରି ଚଳିତ ବର୍ଷର ଆୟ ଓ ବ୍ୟୟ ଅଟକଳ ସଭାରେ ଉପସ୍ଥାପନ କରିଥିଲେ | ସମ୍ପାଦକ ଡ ଘନଶ୍ୟାମ ସ୍ଵାଇଁ ଆର୍ଥିକ ଆବଶ୍ୟକତା ନିମନ୍ତେ ସମସ୍ତ ପ୍ରକାର ସହଯୋଗ ନିମନ୍ତେ ସଦସ୍ଯ ମାନଙ୍କୁ ଅନୁରୋଧ କରିଥିଲେ ଏବଂ ନିଜ ନିଜ ମଧ୍ୟରେ ଦାୟିତ୍ଵ ବଣ୍ଟନ କରିଥିଲେ ବରିଷ୍ଠ ସଦସ୍ୟ ଅର୍ଜୁନ ଚରଣ ସାମଲ, ନାରାୟଣ ମହାପାତ୍ର, ଦିବ୍ୟଦିଗନ୍ତ ର ସଭାପତି ଜୟ ପ୍ରକାଶ ମିଶ୍ର ରୋଟାରିଆନ ଅବନୀକାନ୍ତ ପାଟଯୋଷୀ, ଡ ସୁଶୀଲ କୁମାର ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ | ପୁରୀ ଶ୍ରୀମନ୍ଦିରର କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ଭକ୍ତ ଦାଶିଆ ପିଠ ରେ ସମସ୍ତ ଆୟୋଜନ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି |

Breaking News