ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ଟି ପ୍ରସ୍ତାବ ଉପରେ ମୋହର ବାଜିଛି | ନବୀନ ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଥିବାରୁ ହୋଇଛି ବଡ଼ ଘୋଷଣା । “ମୋ ଘର ଯୋଜନା’ ଭଳି ପ୍ରମୁଖ ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି କରିବା ପାଇଁ ସହାୟତା ଯୋଗାଇ ଦିଆଯିବ । ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ। ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ମଞ୍ଜୁରୀ। ବଲାଙ୍ଗୀର ଜିଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ। ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ। ଗଜପତିର ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।ଏଥିପାଇଁ ଖର୍ଚ୍ଚ ହେବ ୩୭୯.୧୭ କୋଟି। ଭିଏସଏସୟୁଟିର ଉନ୍ନତୀକରଣ ପାଇଁ ୨୦୦୦ କୋଟିକୁ ମିଳିଲା ଅନୁମୋଦନ। ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଞ୍ଜୁରୀ। ‘ଡେଲିଭରୀ ବଏ’ ଏବଂ ‘ଜ୍ୱିଗାଟୋ’ ସିନେମା ଉପରେ ଦର୍ଶକଙ୍କୁ କର ଦେବାକୁ ପଡିବ ନାହିଁ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଏବଂ ଚତୁଃପାଶ୍ୱର୍ର ବିକାଶ ପାଇଁ କ୍ୟାବିନେଟ ବୈଠକରେ ଏକ ନୂଆ ବିଲ ପାରିତ ହୋଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୨୦୯ କୋଟି ୭୩ ଲକ୍ଷ ୭୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ ।






More Stories
ପଥର ଖୋଲରୁ ନାବାଳକ ଉଦ୍ଧାର…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…..
ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ…..