ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପଇସାରିଥିବା ବେଳେ ଜୁନ୍ ୮ ତାରିଖ ସୁଦ୍ଧା କଳା ଫଳ ଘୋଷଣା ହୋଇପାରେ । ଏ ନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି । ମାଟ୍ରିକ ପରେ ଯୁକ୍ତ ୨ ପରୀକ୍ଷା ଢାଞ୍ଚାମଧ୍ୟ ପରିବର୍ତ୍ତନ ହେବ | ଆସନ୍ତାବର୍ଷଠାରୁ ଯୁକ୍ତ ୨ ପରୀକ୍ଷାରେ ଏକ ବ୍ୟାପକ ସଂସ୍କାର ଆସିବାକୁ ଯାଉଛି । ଏ ନେଇ ଖୁବଶୀଘ୍ର ଏବ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି ।ପୂର୍ବରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ମଧ୍ୟ ଢାଞ୍ଚା ପରିବର୍ତ୍ତନ କରାଯାଇଛି । କରୋନା ପାଇଁ ପରୀକ୍ଷା ଢାଞ୍ଚାରେ ହୋଇଥିବା ପରିବର୍ତ୍ତନକୁ ପୁଣିଥରେ ବଦଳାଇ ଦିଆଯାଇଛି । ଏଣିକି ପୂର୍ବ(ପୁରୁଣା) ଢାଞ୍ଚାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ…..
ରାହୁଲଙ୍କୁ ଆଶ୍ୱସ୍ତି…..