ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶିଷ୍ଟ ସମାଜସେବୀ ତଥା ପରବେଶବିତ୍ ଯୁବ ସଂଗଠକ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ ରାଜ୍ୟପାଳ ଶ୍ରୀ ଗଣେଶିଲାଲଙ୍କୁ ଏକ ସ୍ୱତନ୍ତ୍ର ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଓ ଦୀର୍ଘ ତିରଶ ବର୍ଷର ଉପଲବ୍ଧିକୁ ଚିତ୍ର ସମ୍ବଳିତ ପ୍ରତିକାତ୍ମକ ପୁସ୍ତିକା ମହାମହିମଙ୍କ ହସ୍ତରେ ପ୍ରଦାନ କରିବା ସହ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଯାଇଅଛି । ଉକ୍ତ ପୁସ୍ତିକାରେ ବିଗତ ତିରିଶ ବର୍ଷର ଉପଲବ୍ଧିକୁ ପାଥେୟ କରି କରାଯାଇଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଓ ସମାଜର ମଙ୍ଗଳ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତ କାର୍ଯ୍ୟକୁ ସଫଳ ରୂପାୟନ କରିଥିବାରୁ ଅନୁଷ୍ଠାନର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ ଓ ସମସ୍ତ କର୍ମକ ର୍ାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶିର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କୁ ଅନୁଷ୍ଠାନ ତରଫରୁ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉ ରୀୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳଙ୍କ ସୁପୁତ୍ର ମନିଷ୍ ସିଂଘଲ ଉପସ୍ଥିତ ଥିଲେ ଓ ଅନୁଷ୍ଠାନର କର୍ମକ ର୍ାବୃନ୍ଦ ଉପସ୍ଥିତ ରହିଥିଲେ । ଇତି ଅବସରରେ ମହାମହିମ ରାଜ୍ୟପାଳ ଗଣେଶିଲାଲ ମହୋଦୟ ନିଜ ସ୍ୱ ହସ୍ତାକ୍ଷରରେ ଅନୁଷ୍ଠାନକୁ ଏକ ସ୍ନେହଭରା ଓଡିଆ ପୁସ୍ତକ ସାଧାରଣ ସଂପଦାକ ବିଶ୍ୱଜିତ୍ ପଟ୍ଟନାୟକଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..