ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ଶୁକ୍ରବାର ବାଲେଶ୍ୱରର ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଅନେକଳ୍କ ମୃତାହତ ହୋଇଛନ୍ତି | ଯାହାକି ଭାରତ ବର୍ଷରେ ସବୁଠାରୁ ବଡ ରେଳ ଦୁର୍ଘଟଣା କୁହାଯାଇପାରେ | ଏକ ସାଙ୍ଗରେ ୩ଟି ଟ୍ରେନ ଧକ୍କା ହୋଇଥିଲେ | ଓଡିଶା ଟ୍ରେନ୍ ଦୁର୍ଘଟଣା ପୁଣିଥରେ ଭାରତର ରେଳ ସୁରକ୍ଷା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟିକରିଛି | କୁହାଯାଉଛି କି ଆଣ୍ଟି-କୋଲିଜନ୍ ଡିଭାଇସ୍ ସିଷ୍ଟମ୍ ଥିଲେ ଦୁର୍ଘଟଣା କୁ ଏଡାଇ ହୋଇପାରିଥାନ୍ତା | ହେଲେ ଏହି କବଚ ବା ଆଣ୍ଟି-କୋଲିଜନ୍ ଡିଭାଇସ୍ ସିଷ୍ଟମ୍ କ’ଣ | ରେଳବାଇର ସୂଚନାନୁସାରେ, ଏହି ବ୍ୟବସ୍ଥା ଦୁର୍ଘଟଣାକୁ ପୂର୍ବାନୁମାନ କରିପାରୁଥିବା ଏକ ଯନ୍ତ୍ର। ଗୋଟିଏ ଟ୍ରାକ୍ରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି କିମ୍ବା ଆଗ-ପଛ ହୋଇ ଥିଲେ ୩୮୦ ମିଟର ପୂର୍ବରୁ ଟ୍ରେନ୍ ଆପେ ଆପେ ଅଟକିଯିବ। ପ୍ଲାଟଫର୍ମରେ ଆସିବା ପୂର୍ବରୁ ଏହି ସିଷ୍ଟମ ଚାଳକଙ୍କୁ ଆଲର୍ଟ କରିଦିଏ। କୁହୁଡ଼ିରେ ଲୋକୋ-ପାଇଲଟ୍ଙ୍କୁ କିଛି ଦେଖା ନଯିବା ସମୟରେ ଏହି ସିଷ୍ଟମ୍ ଅନେକାଂଶରେ ସହାୟକ ହୋଇପାରିବ। ଲୁପ-ଲାଇନ୍ କ୍ରସିଂ ଅତିକ୍ରମ କରିବା ବେଳେ ଏହି ଯନ୍ତ୍ରାଂଶ ଇଞ୍ଜିନର ଗତିକୁ ଘଣ୍ଟା ପ୍ରତି ୩୦ କିମିକୁ ହ୍ରାସ କରିଦେବ। ସିଗନାଲ ଲାଲ ହୋଇଗଲେ, ଏହା ଟ୍ରେନକୁ ଆଗକୁ ମଧ୍ୟ ବଢ଼ିବାକୁ ଦିଏ ନାହିଁ। ଆବଶ୍ୟକ ସମୟରେ ଚାଳକ, ଗାର୍ଡ ଏବଂ ଷ୍ଟେସନ୍ମାଷ୍ଟରଙ୍କ ପାଖକୁ ଜରୁରୀକାଳୀନ ଏସ୍ଓଏସ୍ ମେସେଜ ମଧ୍ୟ ପଠାଇଥାଏ। ଏହା ଜରିଆରେ ୩ କିମି ପରିଧି ମଧ୍ୟରେ ସମସ୍ତ ଟ୍ରେନ୍କୁ ଅଟକା ଯାଇପାରିବ। ୦୦୨ ମସିହାରୁ କୋଙ୍କଣ ରେଳବାଇ ପକ୍ଷରୁ ଆଣ୍ଟି-କୋଲିଜନ୍ ଡିଭାଇସ୍ ସିଷ୍ଟମର ପରୀକ୍ଷଣ କରାଯାଉଛି। ଏହି ସିଷ୍ଟମ୍ ଜରିଆରେ ଟ୍ରେନ୍ର ମୁହାଁମୁହିଁ ଧକ୍କା, ପାର୍ଶ୍ବରେ ଧକ୍କା, ପଛପଟେ ଧକ୍କା ଭଳି ଅଘଟଣକୁ ରୋକାଯାଇପାରିବ। ଟ୍ରେନ୍ର ଇଞ୍ଜିନ ଓ ସବା ପଛ ଡବାରେ ଏହି ଯନ୍ତ୍ରାଂଶ ଖଞ୍ଜାଯାଇଥାଏ। ଫଳରେ ଏହା ଚାଳକଙ୍କୁ ଟ୍ରେନ୍ର ଭୌଗୋଳିକ ସ୍ଥିତି, ବେଗ ଏବଂ ସମୟ ବିଷୟରେ ଲଗାତାର ସୂଚନା ଦେଇଥାଏ। କୌଣସି ସ୍ଥାନରେ ସମସ୍ୟା ଥିବା ଜଣାପଡ଼ିଲେ, ତାହା ଆପେ ଆପେ ଟ୍ରେନ୍କୁ ଅଟକାଇ ଦେବ। ୧୦ କି.ମି ଦୂରତାରୁ ଚାଳକ ଅଘଟଣ ସଂପର୍କରେ ଆଗୁଆ ସତର୍କ ହୋଇପାରିବେ। ଚାଳକ କୌଣସି କାରଣବଶତଃ ଗତି ନିୟନ୍ତ୍ରଣ କରି ନପାରିଲେ, ଏହି ଯନ୍ତ୍ରାଂଶ ଟ୍ରେନ୍ର ଗତିକୁ ଘଣ୍ଟାକୁ ୨୦ କିଲୋମିଟର କମାଇ ଦେବ। ଫଳରେ ଦୁର୍ଘଟଣାର ତୀବ୍ରତା କମିବ। ଆଣ୍ଟି-କଲିଜନ୍ ଡିଭାଇସ୍ ସିଷ୍ଟମ୍ର ଅନେକ ଦୁର୍ବଳତା ମଧ୍ୟ ରହିଛି। ଉଭୟ ଟ୍ରେନ୍ରେ ଏହି ଡିଭାଇସ୍ ଲାଗି ନଥିଲେ ଏହା କାର୍ଯ୍ୟ କରିନଥାଏ। ଟ୍ରେନ୍ ତୀବ୍ର ଗତିରେ ଆସୁଥିଲେ ବ୍ରେକ୍ ଲାଗିବା ପରେ ମଧ୍ୟ ଟ୍ରେନ୍ ସ୍ବତଃସ୍ଫୂର୍ତ୍ତ ଭାବେ ଅନ୍ୟ ଟ୍ରେନ୍ ପାଖରେ ପହଞ୍ଚିଯିବ ଏବଂ ଦୁର୍ଘଟଣା ହେବ। ଯେକୌଣସି ସ୍ଥିତିରେ ମଧ୍ୟ ଏହା ଟ୍ରେନ୍ର ଗତିକୁ କମ କରି ଦେଉଥିବାରୁ ଦୁର୍ଘଟଣାର ଗତି ଏତେ ଜୋରରେ ହେବ ନାହିଁ। ଟ୍ରେନ ଲାଇନଚ୍ୟୁତ ହେଲେ ଏହାର ଡବା ଅନ୍ୟ ରେଳ ଧାରଣାରେ ପଡ଼ିଯାଏ ଏବଂ ଅନ୍ୟ ଏକ ଟ୍ରେନ ଆସିଯାଏ ଏବଂ ଦୁର୍ଘଟଣା ଘଟେ। ରେଳବାଇ ସୂଚନାନୁସାରେ, ଏହି ଯନ୍ତ୍ରାଂଶର ସୁରକ୍ଷା ଏବଂ ବିଶ୍ବସନୀୟତା ଏତେ ସୁଦୃଢ଼ ଯେ ୧୦ ହଜାରରୁ ମାତ୍ର ଗୋଟିଏରେ କୌଣସି ତ୍ରୁଟି ଦେଖାଯାଇପାରେ।
More Stories
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..
ଚାଷୀଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ନବୀନଙ୍କ ଭିଡିଓ ବାର୍ତ୍ତାକୁ ସମାଲୋଚନା କଲା ବିଜେପି…..