ରିପୋର୍ଟ କାର୍ଡ / ଭୁବନେଶ୍ୱର
୫୧ ଘଣ୍ଟା ପୁନରୁଦ୍ଧାର କାମ ଶେଷରେ ବାହାନଗା ରେ ଗଡ଼ିଲା ଟ୍ରେନ୍। ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକରେ ମାଲବାହୀ ଟ୍ରେନ ଚଳାଚଳ କରିଛି। ଆଜି ସକାଳେ କିଛି ପାସେଞ୍ଜର ଟ୍ରେନ୍ ମଧ୍ୟ ଗଡ଼ିଥିବା ସୂଚନା ମିଳିଛି ।କିନ୍ତୁ ଦୁର୍ଘଟଣାସ୍ଥଳରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି ସାରିଥିବାରୁ ରେଳବାହୀ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ୱିନୀ ବୈଷ୍ଣବ। ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସଫଳ ହୋଇପାରିଲା ବୋଲି ସେ କହିଛନ୍ତି। ଏତେ ବଡ଼ ଭୟଙ୍କର ଦୁର୍ଘଟଣା ପଛରେ ଯାହାର ବି ହାତ ରହିଛି ତାଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ଭାବବିହ୍ୱଳ କଣ୍ଠରେ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।






More Stories
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ
ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..
ଆଜି ନବଯୌବନ ଦର୍ଶନ…..