ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶାର ବାଲେଶ୍ବରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଘଟଣା ତାଙ୍କୁ ବ୍ୟଥିତ କରିଛି । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ଏକ ବଡ଼ ନିଷ୍ପତ୍ତି କ୍ରମରେ ଏହି ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ବିଦ୍ୟାଳୟ ଶିକ୍ଷା ଦାୟିତ୍ବ ଆଦାନୀ ଗ୍ରୁପ ଗ୍ରହଣ କରିବ ବୋଲି ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଆସନ୍ତାକାଲି ପାଇଁ ଦେଶର ଭବିଷ୍ୟତ ଏହି ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ଆମର ସମସ୍ତଙ୍କର ମିଳିତ ଦାୟିତ୍ବ ବୋଲି ଶ୍ରୀ ଆଦାନି କହିଛନ୍ତି । ମୃତାହତଙ୍କ ପରିବାରକୁ ସାହାଯ୍ୟ ଓ ଶକ୍ତି ଯୋଗାଇବା ପାଇଁ ଆଦାନୀ ଗ୍ରୁପ ନିଜର କର୍ପୋରେଟ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଅଧୀନରେ ଏହି ବଡ଼ ନିଷ୍ପତ୍ତି ନେଇଛି । ଯାହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।






More Stories
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..