ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାହାନଗା ଟ୍ରେନ୍ ଦୁର୍ଘଟଣାର ଏବେ ଜାରି ରହିଛି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା। ଭୁବନେଶ୍ୱ ଏମ୍ସ ସମେତ ୬ ଟି ମେଡିକାଲରେ ମୃତଦେହ ରଖାଯାଇଛି | ଆମ୍ରି , ସମ, କ୍ୟାପିଟାଲ୍ ,କୀମସ ଏବଂ ହାଇ-ଟେକ୍ ହାଇଟେକ ହସ୍ପିଟାଲରେ ମୃତ ଦେହ ରହିଛି | ହସ୍ପିଟାଲରେ ସମ୍ପର୍କୀୟମାନେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଥିବାରୁ ପ୍ରଶାସନ ପାଇଁ ଚ୍ୟାଲେଂଜ ପାଲଟିଛି। ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଥିବାରୁ ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର ଅମୃତ କୁଲାଙ୍ଗେ କହିଛନ୍ତି। ସେ ଆହୁରି କହିଛନ୍ତି , ୫୦ରୁ ଅଧିକ ମୃତଦେହ ଚିହ୍ନଟ ହୋଇସାରିଛି। ଏହି ମୃତଦେହ ଗୁଡ଼ିକ ପଠାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ତିନି ଦିନ ବିତିଯାଇଥିଲେ ମଧ୍ୟ ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି। କାରଣ ୟା ଭିତରୁ ଅଧିକାଂଶ ଶବର ସ୍ଥିତି ଯାହା, ଚିହ୍ନିବା ଅବସ୍ଥାରେ ବି ନାହିଁ। ଏଥିଯୋଗୁଁ ସେମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଇଛି। ଏହାସହ ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଛନ୍ତି।
More Stories
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..
ଚାଷୀଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ନବୀନଙ୍କ ଭିଡିଓ ବାର୍ତ୍ତାକୁ ସମାଲୋଚନା କଲା ବିଜେପି…..