ରିପୋର୍ଟ କାର୍ଡ / ଭୁବନେଶ୍ବର
ବାଲେଶ୍ବରର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ଶ୍ରୀମତୀ ବାନାର୍ଜୀ ଏକ ପ୍ରେସ୍ ବିବୃତି ଜରିଆରେ ଉଦ୍ଧାର କାର୍ଯ୍ୟଠାରୁ ଆରମ୍ଭ କରି ପ୍ରକୃତ ମୃତ୍ୟୁସଂଖ୍ୟା, ଗୋଧ୍ରା କାଣ୍ଡ ଓ ରେଳବାଇର ପରିଚାଳନାକୁ ନେଇ ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗ ସରକାର କିଭଳି ଆକ୍ସନ୍ ମୋଡ୍କୁ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ତାହା ସଂପର୍କରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର କେବଳ ଅଧିକ କଥା କହୁଛନ୍ତି ବୋଲି ତାଚ୍ଛଲ୍ୟ କରିଛନ୍ତି। ମମତା କହିଛନ୍ତି ଯେ ଦୁର୍ଘଟଣା ଖବର ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ମାନସ ଭୁନିଆ, ସାଂସଦ ଦୋଳ ସେନ ଓ ଜୟନ୍ତ ସାହୁଙ୍କ ସହ ଏକ ଟିମ୍ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ୧୫୦ ଆମ୍ବୁଲାନ୍ସ, ଡାକ୍ତର, ନର୍ସ, ବସ୍, ବିପର୍ଯ୍ୟୟ ପରିଚାଳନା ଟିମ୍କୁ ପଠାଯାଇଥିଲା। ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ପଶ୍ଚିମବଙ୍ଗ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କେବଳ ପଶ୍ଚିମବଙ୍ଗର ୬୨ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। କୋଲକାତା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ୨୦୬ ଆହତ ଭର୍ତି ହୋଇଛନ୍ତି। ଓଡ଼ିଶାରେ ମଧ୍ୟ ପଶ୍ଚିମବଙ୍ଗର ୭୩ଜଣଙ୍କ ଚିକିତ୍ସା ଚାଲିଛି। ୫୬ଜଣଙ୍କୁ ଓଡ଼ିଶାରେ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ଏକାଧିକ ଆଇଏଏସ୍ ଅଧିକାରୀ ଏହା ଉପରେ ନଜର ରଖିଛନ୍ତି। ସେ ଆହୁରିମଧ୍ୟ କହିଛନ୍ତି ଯେ ନିଜେ ରେଳ ମନ୍ତ୍ରୀ ଥିବା ବେଳେ ରେଳବାଇ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଲାଗି ଏକ ଯୋଜନା ଆରମ୍ଭ ହୋଇଥିଲା। ସିଗନାଲ ବ୍ୟବସ୍ଥାକୁ ଅପଗ୍ରେଡ୍ କରିବା ସହିତ ଦୁର୍ଘଟଣା ନିରୋଧୀ ଯନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମାଡ଼ଗାଁ ଓ କୋଙ୍କଣ ରେଳବାଇ ଅଧିକାରୀଙ୍କୁ ଭେଟି ଦୁର୍ଘଟଣା ନିରୋଧୀ ବ୍ୟବସ୍ଥା(ଏସିଡି) କୁ ଅଧିକ ତ୍ବରାନ୍ବିତ କରିବା ଲାଗି ଉଦ୍ୟମ କରିଥିଲି।
More Stories
ଆତଙ୍କବାଦୀ ମାସୁଦ ଆଝାରକୁ ହୃଦଘାତ….
ଇମିଗ୍ରେସନ ନିୟମରେ ପରିବର୍ତ୍ତନ କଲା କାନାଡା, ଭାରତୀୟଙ୍କ ପାଇଁ ଅଡୁଆ…..
କଂଗ୍ରେସ ପ୍ରାର୍ଥୀ ତାଲିକା ବିଜେପି ପ୍ରସ୍ତୁତ କରୁଛି….