ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସରକାରଙ୍କ ଫ୍ଲାଗସିପ ଯୋଜନା ମୁକ୍ତା ଯୋଜନାରେ ୨୦୨୩-୨୪ପାଇଁ ୪୨୩.୮୭କୋଟି ତାଙ୍କ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୨୩.୮୭କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦ଜିଲ୍ଲାର ୩୭ସ୍ଥାନୀୟ ସଂସ୍ଥାକୁ ୪୨୩.୮୭କୋଟି ଟଙ୍କା ମଞ୍ଜୁର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ୩୦ଟି ଜିଲ୍ଲା ପରିସରଭୁକ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, ପୁରୀ, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧାର ୩୭ ULBକୁ ଅର୍ଥ ମଞ୍ଜୁର କରାଯାଇଛି । ଗତ ଦୁଇ ତାରିଖରେ ୧୦ଜିଲ୍ଲାର ୩୭ ULBଙ୍କ ସହ କଥା ହୋଇଥିଲେ 5T ସଚିବ ଭିକେ ପାଣ୍ଡିଆନ । ମୁକ୍ତା ଯୋଜନାରେ ସହରାଞ୍ଚଳର ବିକାଶ ପାଇଁ କରିଥିଲେ ଆଲୋଚନା । ସହରରେ ମିନି ପାର୍କ, ଜଳବାୟୁ, ଖେଳ ପଡିଆ, ପିଲାଙ୍କ ପାର୍କ, ଓ୍ୱାକିଂ ଟ୍ରାକ୍, ଭେଣ୍ଡିଂଜୋନ ଆଦି ସାର୍ବଜନୀନ ଉପଯୋଗୀ କାର୍ଯ୍ୟ ହେବ । ଯୋଜନାର ସମସ୍ତ ପ୍ରକଳ୍ପ ମିଶନ ଶକ୍ତି ଦ୍ୱାରା କାର୍ଯ୍ୟକାରୀ ହେବ ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..