ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି | ଏହି ହାର ୬.୫୦ ପ୍ରତିଶତରେ ହିଁ ଅପରିବର୍ତ୍ତିତ ରହିଛି। ମୁଦ୍ରା ନୀତି କମିଟିର ଦୁଇ ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ୍ ମିଟରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୁଧ ହାର ସ୍ଥିର ରଖିବା ପାଇଁ ଏମପିସିର ସମସ୍ତ ସଦସ୍ୟ ସମର୍ଥନ କରିଛନ୍ତି। ମାର୍ଜିନାଲ୍ ଷ୍ଟାଣ୍ଡିଂ ସୁବିଧାରେ ମଧ୍ୟ କୌଣସି ପରିବର୍ତ୍ତନ ରାଯାଇନାହିଁ । ଏମଏସଏଫ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ । ଏପ୍ରିଲରେ ମଧ୍ୟ ଏହି ହାରରେ କୌଣସି ପରିବର୍ତ୍ତନ ହୋଇନଥିଲା। କମିଟିର ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆହୋଇଛି | ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ମୁଦ୍ରାସ୍ଫୀତି ହାର ବିଷୟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏପ୍ରିଲରେ ରିଟେଲ ମହଙ୍ଗା ଦର ଅକ୍ଟୋବର ୨୦୨୧ ପରଠାରୁ ସର୍ବନିମ୍ନ ସ୍ତରକୁ ଆସିଛି। ଏପ୍ରିଲ୍ ୨୦୨୩ ରେ ରିଟେଲ ମହଙ୍ଗା ଦର ହାର ୪.୭ ପ୍ରତିଶତ ରହିଛି। ଭାରତର ହୋଲସେଲ ମହଙ୍ଗା ଦର ଚଳିତ ବର୍ଷ ଏପ୍ରିଲରେ -୦.୯୨ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ମାର୍ଚ୍ଚ ମାସରେ ୧.୩୪ ପ୍ରତିଶତ ଥିଲା । ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି କି, ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କକୁ ୧.୮ଲକ୍ଷ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ଫେରସ୍ତ ଆସିଛି । ଏହାସହ ସେ କହିଛନ୍ତି କି ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯେତିକି ୨ ହଜାର ଟଙ୍କିଆ ନୋଟ୍ ସର୍କୁଲେସନରେ ଥିଲା ତାହାର ଅଧା ଏପର୍ଯ୍ୟନ୍ତ ବ୍ୟାଙ୍କକୁ ଫେରିଛି । ଏହାସହ ୮୫ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି | ଏବେ ୫୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାର କୌଣସି ଯୋଜନା ନାହିଁ । ଏହାସହ ପୁଣିଥରେ ୧୦୦୦ ଟଙ୍କିଆ ନୋଟ ପ୍ରଚଳନ କରିବାର କୌଣସି ଯୋଜନା ନଥିବା କଥା ମଧ୍ୟ ସେ କହିଛନ୍ତି ।
More Stories
ଆତଙ୍କବାଦୀ ମାସୁଦ ଆଝାରକୁ ହୃଦଘାତ….
ଇମିଗ୍ରେସନ ନିୟମରେ ପରିବର୍ତ୍ତନ କଲା କାନାଡା, ଭାରତୀୟଙ୍କ ପାଇଁ ଅଡୁଆ…..
କଂଗ୍ରେସ ପ୍ରାର୍ଥୀ ତାଲିକା ବିଜେପି ପ୍ରସ୍ତୁତ କରୁଛି….