ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ଖରିଫ ଋତୁ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକ ମାନଙ୍କୁ ୨୦ହଜାର ୭୯୨ କୋଟି ଟଙ୍କାର କୃଷି ଋଣ ଯୋଗାଇ ଦିଆଯିବ । କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ଖରିଫ ଋତୁରେ ଚଳିତବର୍ଷ ୧୧୬ ଲକ୍ଷ ୪୨ହଜାର ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ତୈଳବୀଜ, ପନିପରିବା ଫସଲ ଓ ମସଲା ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ସ୍ୱାଭାବିକ ମୌସୁମୀ ବର୍ଷାର ପୂର୍ବାନୁମାନ ଅନୁଯାୟୀ ଏହିସବୁ ଫସଲ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ ୨ଲକ୍ଷ ହେକ୍ଟର ଧାନ ଜମିରେ ଫସଲର ବିବିଧିକରଣ କରାଯାଇ ଅଧିକ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ମିଲେଟ୍ ମିଶନ, ଫସଲର ବିବିଧିକରଣ, ସମନ୍ୱିତ କୃଷି, ଫାର୍ମପଣ୍ଡ ପ୍ଲସ୍, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଯାନ୍ତ୍ରିକୀକରଣରେ ଡିବିଟି ମାଧ୍ୟମରେ ରିହାତି ପ୍ରଦାନ, ଜଳନିଧି ଓ ସୌର ଜଳନିଧି ଆଦିକୁ ଗୁରୁତ୍ୱ ଦିଆଯାଇଛି
More Stories
ନବୀନଙ୍କ ଭିଡିଓ ବାର୍ତ୍ତାକୁ ମାଲୋଚନା କଲା ବିଜେପି…..
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ….
ବିଜେଡି କାହିଁ କି ହାରିଲା ଉତ୍ତର ଦେଲେ ନବୀନ,ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି……