ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏ କେମିତିକା ପ୍ରେମ, ଯାହା ଦେଶ ପ୍ରତି ନୁହେଁ ନିଜ ରାଜନୀତି ପ୍ରତି ବୋଲି ପୁଣି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ‘ବିଜେପି’ ନେତ୍ରୀ ସ୍ମୃତି ଇରାନୀ | କହିଛନ୍ତି ରାହୁଲ୍ଙ୍କ ‘ମୋହବତ୍ କୀ ଦୁକାନ୍’ ମନ୍ତବ୍ୟ ଉପରେ ସନ୍ଦେହ ପ୍ରକାଶ କରି ସ୍ମୃତି ଇରାନୀ କହିଛନ୍ତି, ତାଙ୍କ ମୋହବତ୍ର ଅର୍ଥ କ’ଣ ହିନ୍ଦୁ ଜୀବନଯାପନ ପ୍ରଥା ପରିତ୍ୟାଗ କରିବା, ଶିଖ୍ମାନଙ୍କୁ ହତ୍ୟା କରିବା ଆଉ ଭାରତର ଗଣତନ୍ତ୍ରର କ୍ଷତି କରିବା ପାଇଁ ବିଦେଶୀ ହସ୍ତକ୍ଷେପ ଲୋଡ଼ିବା। ଆପଣ ‘ମୋହବତ୍’ କଥା କହିବା ବେଳେ ସେଥିରେ ରାଜସ୍ଥାନରେ ମହିଳା ଅପହରଣ କଥା ରହୁନାହିଁ। ଆପଣ ‘ମୋହବତ୍’ କଥା କହିବା ବେଳେ କ’ଣ ହିନ୍ଦୁ ଜୀବନଧାରା ପରିତ୍ୟାଗ କଥା କହୁଛନ୍ତି। ଆପଣ କହୁଥିବା ‘ମୋହବତ୍’ ଅର୍ଥ କ’ଣ ଭାରତକୁ ସ୍ଥାଣୁ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହିତ ଭାଗିଦାରି କରିବା। ଆପଣ ‘ମୋହବତ୍’ କଥା କହିବା ଅର୍ଥ କ’ଣ ନିଜ ଗଣତନ୍ତ୍ର ବ୍ୟବସ୍ଥାରେ ବାହ୍ୟ ଦେଶର ହସ୍ତକ୍ଷେପ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..